
ଗଜପତି: ତିତ୍ଲି କ୍ଷତିଗ୍ରସ୍ତଙ୍କୁ ଅବହେଳା ଅଭିଯୋଗ। ବାତ୍ୟା ଆଶ୍ରୟସ୍ଥଳରେ ଖାଇବାକୁ ମିଳିଲା ନାହିଁ। ଫଳରେ ଖାଇବାକୁ ନ ପାଇ ଲୋକେ ରିଲିଫ୍ କ୍ୟାମ୍ପ୍ ଛାଡିଥିବା ଜଣାପଡ଼ିଛି । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ ଖଜୁରୀପଦା ଆଶ୍ରୟସ୍ଥଳ ଛାଡ଼ି ପଳାଇଛନ୍ତି।
ବାତ୍ୟା ପରେ ବର୍ଷାରେ ପଥର ଅତଡ଼ା ଖସିବାରୁ ରାଗେଇଝୋଲି ଗାଁର କିଛି ଲୋକଙ୍କ ଘର ଭାଙ୍ଗି ଯିବାରୁ ଲୋକମାନେ ଖଜୁରୀପଦା ଆଶ୍ରୟସ୍ଥଳରେ ରହୁଥିଲେ। ହେଲେ ସେଠାରେ ଠିକ୍ ଭାବେ ଖାଇବାକୁ ନମିଳିବାରୁ ଲୋକମାନେ ଆଶ୍ରୟସ୍ଥଳ ଛାଡ଼ି ପଳାଇଥିବା ସୂଚନା ମିଳିଛି।
ସେପଟେ କ୍ଷତିପୂରଣ ଓ ଥଇଥାନ ଦାବିରେ ସେମାନେ ରାଗେଇଝୋଲି ଗାଁ ରାସ୍ତା ଅବରୋଧ କରିଛନ୍ତି।
from OTV Khabar https://ift.tt/2OKf1IA
ଅବହେଳା ଅଭିଯୋଗ ଆଣି ରିଲିଫ୍ କ୍ୟାମ୍ପ୍ ଛାଡ଼ିଲେ ଲୋକେ Rosalin Rath
Reviewed by SUBHENDU BARAL
on
October 23, 2018
Rating:
No comments: