୨ ମାସ ପାଇଁ ସମଦ୍ରରୁ ମାଛ ଧରିବା ମନା Chandan Shishu

ଆଜି ଠାରୁ ସମୁଦ୍ରରେ ନିଷେଧ ହେଲା ମାଛଧରା। ଅପ୍ରେଲ ୧୫ ତାରିଖରୁ 61 ଦିନ ପାଇଁ ଦେଶର ପୂର୍ବ ଉପକୂଳ ଅଂଚଳରେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ବନ୍ଦ। ମାଛ ବଂଶ ବୃଦ୍ଧି ଏବଂ ସାମୁଦ୍ରିକ ପରିବେଶ ସୁରକ୍ଷା ନିମନ୍ତେ ଭାରତ ସରକାର ଏହି ନିଷେଧାଦେଶ ଜାରି କରୁଥିଲେ ବି ପାରମ୍ପରିକ ଅଣଯନ୍ତ୍ରଚାଳିତ ଛୋଟ ମାଛଧରା ଡଙ୍ଗାକୁ କଟକଣାରୁ ବାଦ୍ ଦେଇଛନ୍ତି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଟ୍ରଲରମାଲିକ। କହିଛନ୍ତି- ଏଣିକି ଛୋଟ ଡଙ୍ଗାଗୁଡିକ ବି ଯନ୍ତ୍ରଚାଳିତ ଏବଂ ଯାନ୍ତ୍ରିକ ପଦ୍ଧତିରେ ମାଛ ଧରୁଛନ୍ତି, ତେଣୁ ସରକାରଙ୍କ ଏପରି ନିଷ୍ପତ୍ତି ଦ୍ୱାରା ଆଇନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେଉନାହିଁ। ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଦରକାର ବୋଲି ଟ୍ରଲରମାଲିକ ଦାବି କରିଛନ୍ତି।

ପ୍ରତିବର୍ଷ ଭଳି ଏଥର ମଧ୍ୟ ଅପ୍ରେଲ୧୫ ତାରିଖରୁ ଜୁନ୍ ୧୪ ତାରିଖ ଯାଏ ଆଣ୍ଡାମାନ ନିକୋବର ସମେତ ଦେଶର ପୂର୍ବ ଉପକୂଳରେ ବିଭିନ୍ନ ନଦୀ ମୁହାଣ ସମେତ ସମୁଦ୍ରରେ ମାଛଧରା ବନ୍ଦ ନିର୍ଦ୍ଦିଷ୍ଟ ଭାବେ ଯାନ୍ତ୍ରିକ ପଦ୍ଧତିରେ ମାଛ ଧରୁଥିବା ଯନ୍ତ୍ରଚାଳିତ ବୋଟ୍ ଉପରେ ନିଷେଧ ଆଦେଶ ଜାରି କରାଯାଇଛି। ୬୧ ଦିନ ମାଛ ଧରିବା ବନ୍ଦ ରହିବ।

ସମୁଦ୍ରରେ ମାତ୍ର ଅଣଯନ୍ତ୍ରଚାଳିତ ୮.୫ ମିଟରରୁ କମ୍ ଦୈର୍ଘ୍ୟର ପାରମ୍ପରିକ ଡଙ୍ଗାରେ ମାଛ ଧରିବାକୁ ସରକାର ଅନୁମତି ଦେଇଛନ୍ତି। ଟ୍ରଲରମାଲିକମାନେ ଏହାକୁ ବିରୋଧ କରୁଛନ୍ତି। ଏଭଳି ପାତରଅନ୍ତର ଆଇନ ଲାଗୁ କରିବା ଦ୍ୱାରା ମାଛ ବଂଶ ବୃଦ୍ଧି କରିବା ପାଇଁ ସରକାର ଯେଉଁ ଉଦ୍ଦେଶ୍ୟ ରହିଛି ତାହା ସାଧିତ ହେଉନାହିଁ। କାରଣ ପାରମ୍ପରିକ ଡଙ୍ଗା ନାଁରେ ଛୋଟ ଡଙ୍ଗା ବି ଏଣିକି ମାଛ ଧରିବା ବେଳେ ଯାନ୍ତ୍ରିକ ଉପାୟ ଅବଲମ୍ବନ କରୁଛନ୍ତି ବୋଲି ଟ୍ରଲରମାଲିକ ଅଭିଯୋଗ କରିଛନ୍ତି।

ପାରାଦୀପରେ ପ୍ରାୟ ୬୫୦ଟି ଟ୍ରଲର ସାଙ୍ଗକୁ ୩ଶହ ପାଖାପାଖି ଛୋଟ ଡଙ୍ଗା ରହିଛି। ଏହି ଦୁଇ ମାସ ଟ୍ରେଲର ବନ୍ଦ ରହୁଥିବାରୁ ବିଭିନ୍ନ ଜିଲ୍ଲାରୁ ଆସି ସେଥିରେ କାମ କରୁଥିବା ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ରୋଜଗାର ହରାଉଛନ୍ତି। ରୋଜଗାର ହରାଉଥିବା ମତ୍ସ୍ୟଜୀବୀଙ୍କ ପାଇଁ ଏଯାଏ ସରକାରୀ ସହାୟତା କିମ୍ବା ବିକଳ୍ପ ଆୟପନ୍ଥା ଯୋଗାଇ ଦେବାକୁ ଦାବି ହେଉଛି।

କଟକଣା ଅବଧିରେ ସାମୁଦ୍ରିକ ମତ୍ସ୍ୟଜୀବୀ ହାତ ବାନ୍ଧି ବସିଥିବାରୁ ସେମାନଙ୍କୁ ପେଟପାଟଣା ଚିନ୍ତା ଘାରୁଛି। ତେଣୁ ସରକାରୀ ସହାୟତା ପ୍ରଦାନ କରିବା ସହିତ ସମସ୍ତ ପ୍ରକାର ଡଙ୍ଗା ଉପରେ ଏକ ପ୍ରକାର କଟକଣା ଲଗାଇବାକୁ ଦାବି ହେଉଛି। 



from Latest Odisha News, Breaking News Today | Top Updates on Corona - OTV News https://ift.tt/bg13VBJ
୨ ମାସ ପାଇଁ ସମଦ୍ରରୁ ମାଛ ଧରିବା ମନା Chandan Shishu ୨ ମାସ ପାଇଁ ସମଦ୍ରରୁ ମାଛ ଧରିବା ମନା Chandan Shishu Reviewed by SUBHENDU BARAL on April 15, 2022 Rating: 5

No comments:

Powered by Blogger.