
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ କୁଞ୍ଚପାଣି ନିକଟରେ ନିର୍ମାଣାଧିନ ବ୍ରିଜ୍ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି।
କେଉଁ ପରସ୍ଥିତିରେ ବ୍ରିଜ୍ ଭୁଶୁଡିଲା ଓ ଏଥିପାଇଁ ଦାୟୀ କିଏ ସେନେଇ ଏକ କମିଟି ତଦନ୍ତ କରୁଥିବା ସୂଚନା ମିଳିଛି।
କମିଟିର ରିପୋର୍ଟ ପ୍ରଦାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବଣାଇ ଉପ-ଜିଲ୍ଲାପାଳ କହିଛନ୍ତି।
ଦୁଇ ଦିନ ତଳେ କୁଞ୍ଚପାଣି ନିକଟରେ ନିର୍ମାଣାଧିନ ବ୍ରିଜ୍ ଭୁଶୁଡ଼ି ୨୦ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା।
ଅନ୍ୟପଟେ ବ୍ରିଜ୍ ନିର୍ମାଣ କରୁଥିବା ଠିକା ସଂସ୍ଥା ଏନବିସିସି ବିରୋଧରେ କେ. ବଲାଙ୍ଗ ପୁଲିସ୍ ପକ୍ଷରୁ ଏତଲା ଦାଏର ହୋଇଛି।
from OTV Khabar https://ift.tt/2P02XSB
ନିର୍ମାଣାଧିନ ବ୍ରିଜ୍ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ Rosalin Rath
Reviewed by SUBHENDU BARAL
on
October 16, 2018
Rating:
No comments: