ଅାଜାଦ୍ ହିନ୍ଦ୍‌ ସରକାର ଘୋଷଣାକୁ ୭୫ ବର୍ଷ ପୂର୍ତ୍ତି Pradesh Pratyush

ନୂଆଦିଲ୍ଲୀ  : ଅାଜାଦ୍ ହିନ୍ଦ୍‌ ସରକାର ଘୋଷଣାକୁ ଅାଜି ପୂରିଛି ୭୫ ବର୍ଷ। ଏହି ଐତିହାସିକ ଦିନକୁ ମନେପକାଇବା ପାଇଁ ଲାଲ୍‌କିଲ୍ଲାରେ ଅାୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

୧୯୪୩ ମସିହା ଅାଜିର ଦିନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଅାଜାଦ୍ ହିନ୍ଦ ଫୌଜ୍। ୨୧ଅକ୍ଟୋବରକୁ ସ୍ୱାଧୀନତା ଦିବସ ଭାବେ ଘୋଷଣା କରିଥିଲା ଅାଜାଦି ହିନ୍ଦ୍ ଫୌଜ।

ଇଂରେଜ ବିରୋଧରେ ସ୍ୱାଧୀନତାର ଅାହ୍ୱାନ ଦେଇଥିବା ଅାଜାଦ୍ ହିନ୍ଦ ଫୌଜ୍‌ର ସଫଳତା ଏବଂ ବୀରତ୍ୱକୁ ଏହି ଅବସରରେ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଲକ୍ଷ ଲକ୍ଷ ଜୀବନ ବଳିଦାନ ପରେ ଭାରତୀୟଙ୍କୁ ସ୍ୱରାଜ ମିଳିଛି। ତେଣୁ ‘ସ୍ୱରାଜ ଏବଂ ସୁରାଜ୍‌କୁ’ ବଞ୍ଚାଇ ରଖିବା ଅାବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଅାହ୍ୱାନ ଦେଇଛନ୍ତି । ନେତାଜୀଙ୍କ ଦାୟାଦଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି। ପୂର୍ବରୁ ସ୍ୱାଧୀନତା ଦିବସ ଅବସରରେ ହିଁ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରନ୍ତି।

ତେବେ ପ୍ରଥମ ଥର ପାଇଁ ଅାଜାଦ ହିନ୍ଦ୍ ସରକାରର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଅାଜି ଲାଲ୍‌କିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।



from OTV Khabar https://ift.tt/2ys4Wpn
ଅାଜାଦ୍ ହିନ୍ଦ୍‌ ସରକାର ଘୋଷଣାକୁ ୭୫ ବର୍ଷ ପୂର୍ତ୍ତି Pradesh Pratyush ଅାଜାଦ୍ ହିନ୍ଦ୍‌ ସରକାର ଘୋଷଣାକୁ ୭୫ ବର୍ଷ ପୂର୍ତ୍ତି Pradesh Pratyush Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.