ପୌର ନିର୍ବାଚନ ଭୋଟ ଗଣତି ଆରମ୍ଭ OTV KHABAR BUREAU

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପୌର ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି।

ଦୀର୍ଘ ୧୩ ବର୍ଷ ପରେ ଜାମ୍ମୁ ଓ କାଶ୍ମୀରରେ ୪ଟି ପର୍ଯ୍ୟୟରେ ପୌର ନିର୍ବାଚନ ହୋଇଥିଲା। ୭୯ଟି ପୌର ପରିଷଦର ୧୧ ଶହ ୪୫ଟି ଓ୍ୱାର୍ଡରେ ନିର୍ବାଚନ ହୋଇଥିଲା। ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିଲେ ୩ ହଜାର ୩୭୨ ଜଣ ପ୍ରାର୍ଥୀ।

ଚଳିତ ବର୍ଷ ହୋଇଥିବା ନିର୍ବାଚନରେ ଭୋଟରଙ୍କ ସେତେ ଆଗ୍ରହ ଦେଖିବାକୁ ମିଳିନଥିଲା। ରାଜ୍ୟରେ ପ୍ରାୟ ୩୫ ପ୍ରତିଶତ ମତଦାନ ହୋଇଥିଲା। ଏହି ନିର୍ବାଚନକୁ ପିଡିପି ଏବଂ ନେସନାଲ କନ୍‌ଫରେନ୍‌ସ୍‌ ବର୍ଜନ କରିଥିଲେ।



from OTV Khabar https://ift.tt/2S27rHa
ପୌର ନିର୍ବାଚନ ଭୋଟ ଗଣତି ଆରମ୍ଭ OTV KHABAR BUREAU ପୌର ନିର୍ବାଚନ ଭୋଟ ଗଣତି ଆରମ୍ଭ OTV KHABAR BUREAU Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.