ଦୁବାଇରୁ ଓଡ଼ିଆ ଯୁବକ ସୁଶାନ୍ତଙ୍କ ମୃତଦେହ ଫେରାଇ ଆଣିବାକୁ ଚିଠି ଲେଖିଲେ ବୈଜୟନ୍ତ ପଣ୍ଡା OTV KHABAR BUREAU

baijayant panda

ଭୁବନେଶ୍ୱର: ଦୁବାଇରେ ମୃତ୍ୟୁ ହୋଇଥିବା ଓଡ଼ିଆ ଯୁବକ ସୁଶାନ୍ତ ଜେନାଙ୍କ ମୃତଦେହ ଭାରତ ଫେରାଇ ଆଣିବାକୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଠି ଲେଖିଛନ୍ତି। ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏ ସମ୍ପର୍କରେ ଚିଠି ଲେଖି ନିବେଦନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ମୃତକ ସୁଶାନ୍ତ ନୟାଗଡ଼ ଜିଲ୍ଲାର ରଣପୁର ଥାନା ଅନ୍ତର୍ଗତ ରନ୍ଦା ଗାଁର। ସେ ୨୦୧୭ ମସିହା ନଭେମ୍ବର ୨୭ ତାରିଖ ଠାରୁ ଦୁବାଇରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ଆସୁଥିଲେ। ଗତ ୪ ତାରିଖରେ ସୁଶାନ୍ତ ଜେନାଙ୍କ ମୃତ୍ୟ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ସୂଚନା ପାଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହି ମାମଲାରେ ହସ୍ତକ୍ଷେପ ସହ ପୁଅର ମୃତଦେହ ଫେରାଇ ଆଣିବାକୁ ପରିବାର ଲୋକେ ବୈଜୟନ୍ତ ପଣ୍ଡାଙ୍କୁ ଅନୁରୋଧ କରିଥିଲେ।



from OTV Khabar https://ift.tt/2OGk0d7
ଦୁବାଇରୁ ଓଡ଼ିଆ ଯୁବକ ସୁଶାନ୍ତଙ୍କ ମୃତଦେହ ଫେରାଇ ଆଣିବାକୁ ଚିଠି ଲେଖିଲେ ବୈଜୟନ୍ତ ପଣ୍ଡା OTV KHABAR BUREAU ଦୁବାଇରୁ ଓଡ଼ିଆ ଯୁବକ ସୁଶାନ୍ତଙ୍କ ମୃତଦେହ ଫେରାଇ ଆଣିବାକୁ ଚିଠି ଲେଖିଲେ ବୈଜୟନ୍ତ ପଣ୍ଡା OTV KHABAR BUREAU Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.