
ବରଗଡ଼: ହାତୀ ଆକ୍ରମଣରେ ବରଗଡ଼ ଜିଲ୍ଲା ପଦ୍ମପୁର କନ୍ଦାଡଙ୍ଗର ପଞ୍ଚାୟତ ସମିତି ସଭ୍ୟ ଧୋବା ନାୟକଙ୍କ ମୃତ୍ୟୁ ହୋଇଛି। ଗତ ରାତିରେ ସେ ଧାନ ଖଳାରେ ଜଗିଥିବାବେଳେ ହାତୀ ପଶି ଆସିଥିଲେ।
ଘଉଡ଼ାଇବାକୁ ଚେଷ୍ଟା କରିବାରୁ ହାତୀ ତାଙ୍କୁ ଆକ୍ରମଣ କରିଥିଲା ବୋଲି ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ପୁଲିସ୍ ଓ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
from OTV Khabar https://ift.tt/2NYM4mP
ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ OTV KHABAR BUREAU
Reviewed by SUBHENDU BARAL
on
October 23, 2018
Rating:
No comments: