
ଭୁବନେଶ୍ୱର: ରାତି ଅନ୍ଧାରରେ ଠାବ ହେଲା ବାଘୁଣୀ ‘ସୁନ୍ଦରୀ’ର ଗତିବିଧି। ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ଅନ୍ତର୍ଗତ କୁମୁରୀ ଗାଁ ପାଖରେ ବାଘୁଣୀଟି ରହିଛି। ସେହି ଗାଁରେ ଏକ ବଳଦକୁ ଝୁଣି ଖାଇଥିଲା। ସେହିପରି ଜଣେ ବ୍ୟକ୍ତିଙ୍କୁ ‘ସୁନ୍ଦରୀ’ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି।
ସେପଟେ ସୁନ୍ଦରୀକୁ ତୁରନ୍ତ ସ୍ଥାନାନ୍ତର ପାଇଁ ଅଞ୍ଚଳରେ ଜନ ଅସନ୍ତୋଷ ଓ ଚାପା ଉତ୍ତେଜନା ଲାଗି ରହିଛି। ଆଇନଶୃ଼ଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଅନୁଗୁଳ ଜିଲ୍ଲାପାଳ ଅନୀଲ କୁମାର ସାମଲ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗକୁ ଚିଠି ଲେଖି ତୁରନ୍ତ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ସ୍ଥାନାନ୍ତର କରିବାକୁ କହିଛନ୍ତି। ସେହିପରି ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତିର ଦାବି ଓ ଅଭିଯୋଗ ପରେ ବାଘୁଣୀକୁ ଏଠାରୁ ସ୍ଥାନାନ୍ତର ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ମଧ୍ୟ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
from OTV Khabar https://ift.tt/2NYLZQ3
କ୍ୟାମେରାରେ କଏଦ ହେଲା ‘ସୁନ୍ଦରୀ’ର ଗତିବିଧି Rosalin Rath
Reviewed by SUBHENDU BARAL
on
October 23, 2018
Rating:
No comments: