ପୋଖରୀରେ ବୁଡ଼ି ୩ ମୃତ OTV KHABAR BUREAU

କଳାହାଣ୍ଡି/ମୟୂରଭଞ୍ଜ: କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରୁ ଦୁଇଟି ଅଘଟଣ ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗାଁରେ ୨ଜଣ ନାବାଳିକା ପୋଖରୀରେ ବୁଡ଼ିଯିବାରୁ ଉଭୟଙ୍କ ମୃତ ହୋଇଛି। ନାବାଳିକା ଦ୍ୱୟ ପୋଖରୀରେ ଗାଧୋଇବା ବେଳେ ଏହି ଘଟଣ ଘଟିଥିଲା। ମୃତକଙ୍କ ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୧୫ ବର୍ଷ ହୋଇଥିବା ସୂଚନା ମିଳିଛି

ସେହିପରି ଆଉ ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ମୁଣ୍ଡାଠାକୁରା ଗାଁରେ। ଏଠାରେ ମଧ୍ୟ ଗାଁ ପୋଖରୀରେ ବୁଡ଼ି ଯାଇ ଜଣେ ୮ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଛି। ମୃତ ନାବାଳିକା ଜଣକ ହେଲେ ଫୁଲମଣି କିସ୍‌କୁ। ସେ ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ିଯାଇଥିଲେ।

ପରେ ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।



from OTV Khabar https://ift.tt/2QXvSUW
ପୋଖରୀରେ ବୁଡ଼ି ୩ ମୃତ OTV KHABAR BUREAU ପୋଖରୀରେ ବୁଡ଼ି ୩ ମୃତ OTV KHABAR BUREAU Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.