ଢେଙ୍କାନାଳ ୨୦|୧୦: ଢେଙ୍କାନାଳ ପର୍ଜଙ୍ଗ ଥାନା କୁଆଳୋ ଗାଁରେ ହତ୍ୟାକାଣ୍ଡ ହୋଇଛି । ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା କରିଛନ୍ତି । ମୃତକ ହେଲେ କୁଆଳୋ ଗାଁର ଚନ୍ଦନ ବେହେରା। ଗାଁରେ ଥିବା ବିଦ୍ୟୁତ ଟ୍ରାନ୍ସଫରମର ଭଙ୍ଗାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ମୃତ ଚନ୍ଦନ ଗାଁରେ ରେ ଥିବା ବିଦ୍ୟୁତ ଟ୍ରାନ୍ସଫରମରକୁ ଭାଙ୍ଗି ଦେଇଥିଲା। ଏହାକୁ ନେଇ ଗାଁରେ ସଂଧ୍ୟା ସମୟରେ ଏକ ବୈଠକ ବସିଥିଲା । ଏହି ବୈଠକରେ ଚନ୍ଦନ ଉପସ୍ଥିତ ରହିଥିଲେ ମଧ୍ୟ କାହାର କଥାକୁ ଶୁଣିନଥିଲେ। ପରବର୍ତ୍ତୀ ସମୟରେ ଗାଁର ରାଜୁ ଚନ୍ଦନକୁ ନେଇ ଟ୍ରାନ୍ସଫରମର ଭାଙ୍ଗିଥିବା ସ୍ଥାନକୁ ଯାଉଥିବା ବେଳେ ପୂର୍ବରୁ ଗାଁର ମୀନକେତନ ସାହୁ ଟାଙ୍ଗିଆରେ ଚନ୍ଦନକୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ରାଜୁ ବେହେରା ଖସି ପଳାଇଥିଲେ। । ଚନ୍ଦନର ମୁଣ୍ଡ ଓ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପରିବାରଲୋକ ତାଙ୍କୁ ପ୍ରଥମେ ତାଳଚେର ଉପଖଣ୍ଡ ମେଡିକାଲକୁ ନେଇଥିଲେ । ସେଠାରୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର ବେଳେ ବାଟରେ ତଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ତଦନ୍ତ ଚଳାଇଛି।
from News7 https://ift.tt/2CUMA49
No comments: