ବେଆଇନ ବାଲି ଚାଲାଣ ବେଳେ ୧୨ ଟ୍ରାକ୍ଟର୍‌କୁ ଅଟକ ରଖିଲେ ଗ୍ରାମବାସୀ OTV KHABAR BUREAU

ବାଲେଶ୍ୱର: ବେଆଇନ୍‌ ବାଲି ଚୋରା ଚାଲାଣ ହେଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲା ବାଲି ବୋଝେଇ ଟ୍ରାକ୍ଟର୍‌।୧୨ଟି ବାଲି ବୋଝେଇ ଟ୍ରାକ୍ଟର୍‌କୁ ଅଟକ ରଖିଛନ୍ତି ରାଜନଗର ଗାଁର ଗ୍ରାମବାସୀ। ଏହି ବାଲି ସବୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର କୁଅଁରପୁର ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଅଟକ ଟ୍ରାକ୍ଟର୍‌ଗୁଡ଼ିକୁ ରାଇବଣିଆ ଥାନାରେ ଜିମା ଦେଇଛନ୍ତି।

ତେବେ ଏ ବିଷୟରେ ଅଧିକ ଖବର ନେବାରୁ ଜଣାପଡ଼ିଛି ଯେ ୨ ମାସ ପୂର୍ବରୁ ଏହି ବାଲି ଉତ୍ତୋଳନକୁ ନେଇ ତହସିଲଦାର ଏମାନଙ୍କୁ ଫାଇନ୍ କରିଥିଲେ। ମାତ୍ର ସେବେଠୁ ଆଜିଯାଏ ବାଲି ମାଫିଆମାନେ କୌଣସି ଫାଇନ୍ ନ ଦେଇ ଅବାଧରେ ଚୋରା ଚାଲାଣ କରିଆସୁଛନ୍ତି।

 



from OTV Khabar https://ift.tt/2OPcSLS
ବେଆଇନ ବାଲି ଚାଲାଣ ବେଳେ ୧୨ ଟ୍ରାକ୍ଟର୍‌କୁ ଅଟକ ରଖିଲେ ଗ୍ରାମବାସୀ OTV KHABAR BUREAU ବେଆଇନ ବାଲି ଚାଲାଣ ବେଳେ ୧୨ ଟ୍ରାକ୍ଟର୍‌କୁ ଅଟକ ରଖିଲେ ଗ୍ରାମବାସୀ OTV KHABAR BUREAU Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.