ସିବିଆଇର ନୂତନ ନିର୍ଦ୍ଦେଶକ ନାଗେଶ୍ବର ରାଓ ଓଡିଶା କ୍ୟାଡେରର ଆଇପିଏସ ଅଧିକାରୀ, ଜାଣନ୍ତୁ ତାଙ୍କ ବିଷୟରେ ଅଧିକ

ଭୁବନେଶ୍ବର ୨୪/୧୦ :  ସିବିଆଇରୁ ବିଦା ହେଲେ ଆଲୋକ ବର୍ମା ଓ ରାକେଶ ଅସ୍ଥାନା | ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଦୁହିଁଙ୍କୁ ଛୁଟିରେ ପଠେଇଥିଲେ ସରକାର | ତେବେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ନିର୍ଦ୍ଦେଶକ ଆଲୋକ ବର୍ମା | ଆଲୋକ ବର୍ମାଙ୍କ ଆବେଦନର ଶୁଣାଣି ଆସନ୍ତା ଶୁକ୍ରବାର ଦିନ କରିବେ ସର୍ବୋଚ୍ଚ ନ୍ୟାୟାଳୟ | ଏବେ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରାଯାଇଛି |

କିଏ ଏହି ନାଗେଶ୍ୱର ରାଓ :-

ନାଗେଶ୍ୱର ରାଓ ତେଲେଙ୍ଗାନାର ଓ୍ବାରଙ୍ଗଲ ଜିଲ୍ଲା ମଂଗପେଟ ଗାଁର | ସେ ୧୯୮୬ ମସିହା ଓଡିଶା କ୍ୟାଡରର ଆଇପିଏସ ଅଧିକାରୀ | ସେ ଓସମାନିଆ ବିଶ୍ବବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତୋକୋତ୍ତର କରିଛନ୍ତି | ଏହା ପରେ ସେ ମାଡ୍ରାସ ଆଇଆଇଟିରେ ଗବେଷଣା କରିଥିଲେ | ତାଙ୍କର ବ୍ୟକ୍ତିତ୍ୱ କଠୋର ସ୍ୱଭାବର | ତାଙ୍କୁ ବର୍ତ୍ତମାନ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି | ନିଯୁକ୍ତି ପରେ ସେ ସିବିଆଇ ଅଫିସର ୧୦ ନମ୍ବର ଓ ୧୧ ନମ୍ବର ଫ୍ଲୋରକୁ ସିଲ କରିଦେଇଛନ୍ତି |

ନାଗେଶ୍ୱର ରାଓ ନିଜର କାର୍ଯ୍ୟ ଦକ୍ଷତା ଯୋଗୁ ବହୁ ମେଡାଲର ମଧ୍ୟ ଅଧିକାରୀ ହୋଇଛନ୍ତି | ବିଶିଷ୍ଟ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ, ବିଶେଷ କର୍ତବ୍ୟ ମେଡାଲ ଓ ଓଡିଶା ଗଭର୍ନର ମେଡାଲରେ ସମ୍ମାନିତ କରାଯାଇଛି | ସର୍ବ ପ୍ରଥମେ ସେ ୧୯୮୯-୯୦ ମସିହାରେ ଓଡିଶାର ତାଳଚେରରେ ଏସଡ଼ିପିଓ ପଦରେ ନିଯୁକ୍ତି ପାଇଥିଲେ | ସେତେବେଳେ ତାଳଚେରରେ ଚୋରା କୋଇଲା କାରବାର ହେଉଥିଲା | ନାଗେଶ୍ୱର ରାଓ ସବୁ ଅପରାଧିକ ଗତିବିଧି ଉପରେ ନଜର ରଖି ସ୍ଥିତିକୁ ସୁଧରିଥିଲେ | ସେ ଓଡିଶା ୪ଟି ଜିଲ୍ଲା ତଥା, ମୟୁରଭଞ୍ଜ, ନବରଙ୍ଗପୁର, ବରଗଡ଼ ଓ ଜଗତସିଂହପୁରରେ ଏସପି ଦାୟିତ୍ୱରେ ଥିଲେ | ଏଥିସହ ସେ ରାଉରକେଲା ଏବଂ କଟକ ରେଳବାଇ ବିଭାଗର ଓ କ୍ରାଇମବ୍ରାଞ୍ଚର ଏସପି ମଧ୍ୟ ଥିଲେ | କ୍ରାଇମବ୍ରାଂଚରେ ଏସପି ଥିବା ବେଳେ କଟକ ମଦମୃତ୍ୟୁ ଘଟଣାର ଦଦନ୍ତ କରିଥିଲେ । ୧୯୯୧ ମସିହାରେ ତାଙ୍କର ସଫଳ ଅନୁସଂଧାନ ପାଇଁ ମୁଖ୍ୟ ଅଭିଯୁକ୍ତ ବେଲୁ ଦେଷୀ ସାବ୍ୟସ୍ତ ହୋଇଥିଲା । ସୂଚନା ଯୋଗ୍ୟଯେ, ଏହି ମଦମୃତ୍ୟୁ ଘଟଣାରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

ସିଆରପଏଫର ଡିଆଇଜିଭାବେ ସେ ମଣିପୁରରେ କାର୍ଯ୍ୟ କରିଥିଲେ । ସେଠାରେ ଉଗ୍ରବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରଭୂତ ଅଭିଜ୍ଞତା ରହିଛି ।

୧୯୯୬ ମସିହାରେ ଜଗତସିଂପୁର ହୋଇଥିବା ଏକ ଦୁଷ୍କର୍ମ ମାମଲାର ତଦନ୍ତ ବେଳେ ଡିଏନଏ ଓ ଫିଙ୍ଗର ପ୍ରିଣ୍ଟିଂଗ ଉପାୟ ଅବଲମ୍ବନ କରିଥିଲେ | କ୍ରାଇମବ୍ରାଞ୍ଚରେ ସେ ଜଣେ ଦକ୍ଷ ଅଧିକାରୀ |ଓଡିଶା ଅଗ୍ନିଶମ ବିଭାଗ ଡିଜି ଭାବେ ମଧ୍ୟ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ । ୨୦୧୩ ମସିହାରେ ଫାଇଲିନ ଓ ୨୦୧୪ରେ ହୁଡ ହୁଡ ବାତ୍ୟାବେଳେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରସ୍କୃତ ହୋଇଥିଲ।



from News7 https://ift.tt/2PTwuur
ସିବିଆଇର ନୂତନ ନିର୍ଦ୍ଦେଶକ ନାଗେଶ୍ବର ରାଓ ଓଡିଶା କ୍ୟାଡେରର ଆଇପିଏସ ଅଧିକାରୀ, ଜାଣନ୍ତୁ ତାଙ୍କ ବିଷୟରେ ଅଧିକ ସିବିଆଇର ନୂତନ ନିର୍ଦ୍ଦେଶକ ନାଗେଶ୍ବର ରାଓ ଓଡିଶା କ୍ୟାଡେରର ଆଇପିଏସ ଅଧିକାରୀ, ଜାଣନ୍ତୁ ତାଙ୍କ ବିଷୟରେ ଅଧିକ Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.