
ମାଲକାନଗିରି: ପୁଣିଥରେ ମାଓବାଦୀଙ୍କ ବର୍ବର କାଣ୍ଡ ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲା ମାଥିଲିରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଲେ ବାରୁଗୁଡ଼ା ଗାଁର ଅନନ୍ତନାଥ ଭୂମିଆ। ପୁଲିସ୍ ଇନ୍ଫର୍ମର୍ ସନ୍ଦେହରେ ଅନନ୍ତନାଥଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।
ଗତ ରାତିରେ ଅନନ୍ତନାଥ ପାଖ ଗାଁକୁ ନାଟ ଦେଖିବାକୁ ଯାଉଥିଲେ। ହଠାତ୍ ସେଠାରେ ନକ୍ସଲମାନେ ପହଞ୍ଚି ତାଙ୍କୁ ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ସେମାନେ ଅନନ୍ତନାଥଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଛୁରୀ ଭୁସିବା ସହିତ ଟାଙ୍ଗିଆରେ ହାଣି ଦେଇଥିଲେ।
ଖବର ପାଇ ପରିବାର ଓ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। କିନ୍ତୁ ଡାକ୍ତରଖାନା ନେବା ବାଟରେ ଅନନ୍ତନାଥଙ୍କ ମୃତ୍ୟୁ ହୋଇଛି।
ମିଲିସିଆ ଗ୍ରୁପ୍ ଏହି ହତ୍ୟାକାଣ୍ଡ କରିଥିବା କୁହାଯାଉଛି। ଅନନ୍ତଙ୍କ ମୃତ୍ୟୁ ପରେ ସେହି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
from OTV Khabar https://ift.tt/2O4E8Au
ପୁଲିସ୍ ଇନ୍ଫର୍ମର୍ ସନ୍ଦେହରେ ପୁଣି ଜଣକୁ ହତ୍ୟା କଲେ ମାଓବାଦୀ OTV KHABAR BUREAU
Reviewed by SUBHENDU BARAL
on
October 24, 2018
Rating:
Reviewed by SUBHENDU BARAL
on
October 24, 2018
Rating:
No comments: