
ଭୁବନେଶ୍ୱର: ‘ତିତ୍ଲି’ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ମୁକାବିଲାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଜପତି ଓ ଗଞ୍ଜାମର ପ୍ରଭାବିତ ଅଞ୍ଚଳ ବୁଲି ଫେରିବା ପରେ ଧର୍ମେନ୍ଦ୍ର ଫେସବୁକ୍ରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଭିଡିଓରେ କହିଛନ୍ତି, ବାତ୍ୟା ଆସିବ ବୋଲି ଆଗରୁ ଜଣାଥିଲେ ମଧ୍ୟ ଗଜପତି ଜିଲ୍ଲାର ଅଧିକାଂଶ ଅଞ୍ଚଳର ଲୋକଙ୍କୁ ଏ ନେଇ ଆଗରୁ ସଚେତନ କରାଯାଇ ନ ଥିଲା।
ସେହିପରି ସବୁ ଲୋକଙ୍କ ପାଇଁ ରିଲିଫ୍ ବ୍ୟବସ୍ଥା କରାଯାଇନାହିଁ। ଶାସକ ଦଳ ଜିରୋ କାଜୁଆଲିଟି କଥା କହି ବାହାଦୂରି ନେଉଥିବା ବେଳେ ବାତ୍ୟାର ୮ ଦିନ ପରେ ମଧ୍ୟ ମୃତଦେହ ମିଳୁଛି। ହେଲେ ମନ୍ତ୍ରୀମାନେ ଏବେ ଏକ୍ସ ଗ୍ରାସିଆ କଥା କହୁଛନ୍ତି ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର।
ସେ ଆହୁରି ମଧ୍ୟ କହିଛନ୍ତି, ୧୦ ଲକ୍ଷ ଟଙ୍କା ଦେଇଛୁ କହି ବାହା ବାହା ନେଉଛନ୍ତି। ସରକାର ସାହୁକାର ଭଳି ବ୍ୟବହାର କରୁଛନ୍ତି। ଟଙ୍କା ଦେଇ ସମ୍ଭାଳି ନେଲୁ ବୋଲି କହୁଛନ୍ତି। ଯେଉଁମାନେ ଦାୟିତ୍ୱରେ ଅଛନ୍ତି ମୁହଁ ଫୁଟାଣି ଛାଡ଼ି ସମସ୍ତଙ୍କୁ ଏକାଠି କରି କାମ କରିବା ଦରକାର।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଶ୍ରୀକାକୁଲମ୍ ଜିଲ୍ଲାରେ କ୍ୟାମ୍ପ କରି ରିଲିଫ୍ କଥା ବୁଝୁଛନ୍ତି। ହେଲେ ଗଜପତି ଜିଲ୍ଲାରେ ଜଣେ ବି ଦାୟିତ୍ୱ ସମ୍ପନ୍ନ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା କିମ୍ବା ମନ୍ତ୍ରୀଙ୍କୁ ସେ ଦେଖିବାକୁ ପାଇଲେ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।
from OTV Khabar https://ift.tt/2q1vuco
No comments: