ତିତ୍‌ଲି ପ୍ରଭାବରେ ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ହଜି ଯାଇଥିବା ପରିବାରକୁ ମିଳିବ ନୂଆ ସିଲିଣ୍ଡର Rosalin Rath

ଭୁବନେଶ୍ୱର: ତିତ୍‌ଲି ପ୍ରଭାବିତ ଜିଲ୍ଲାମାନଙ୍କରେ ଏଲ୍‌ପିଜି ଉପଭୋକ୍ତାମାନଙ୍କୁ ସହାୟତା ନିମନ୍ତେ  ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତିତ୍‌ଲି ପ୍ରଭାବରେ ବର୍ଷା ଓ ବନ୍ୟାରେ ପ୍ରଭାବିତ ଗଜପତି, ରାୟଗଡ଼ା ଓ ଗଞ୍ଜାମ ଆଦି ଜିଲ୍ଲାର ଏଲ୍‌ପିଜି ଉପଭୋକ୍ତାମାନଙ୍କ ପାଇଁ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତଥା ତୈଳ ବିପଣନ କମ୍ପାନୀମାନେ ତ୍ୱରିତ  ପଦକ୍ଷେପ ନେଇଛନ୍ତି।

ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ହଜି ଯାଇଥିବା ବିପିଏଲ୍ ପରିବାରକୁ ୨୦୦ଟଙ୍କା ଓ ଏପିଏଲ୍ ପରିବାରକୁ ୧୨ଶହ ଟଙ୍କାରେ ନୂଆ ସିଲିଣ୍ଡର ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ଏନେଇ ଅକ୍ଟୋବର ୧୪ ତାରିଖରେ ତୈଳ ବିପଣନ କମ୍ପାନୀମାନେ ସହଯୋଗ ନେଇ ଘୋଷଣା କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏଥିସହ ତୈଳ ବିପଣନ କମ୍ପାନୀ ଗୁଡ଼ିକ ବିଶେଷ କ୍ୟାମ୍ପ ଆୟୋଜନ କରି ଯେଉଁ ଗ୍ରାହକମାନଙ୍କର କ୍ୟାସ୍‌ ସମ୍ବନ୍ଧିତ କାଗଜପତ୍ର ନଷ୍ଟ ହୋଇଯାଇଛି ତାହା ଯୋଗାଇ ଦେବାପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।



from OTV Khabar https://ift.tt/2OGfI5z
ତିତ୍‌ଲି ପ୍ରଭାବରେ ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ହଜି ଯାଇଥିବା ପରିବାରକୁ ମିଳିବ ନୂଆ ସିଲିଣ୍ଡର Rosalin Rath ତିତ୍‌ଲି ପ୍ରଭାବରେ ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ହଜି ଯାଇଥିବା ପରିବାରକୁ ମିଳିବ ନୂଆ ସିଲିଣ୍ଡର Rosalin Rath Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.