
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଏହାସହ ବାତ୍ୟା ମୁକାବିଲାରେ ସେନା ଓ ଓଡ୍ରାଫର ଭୂମିକାକୁ ବୈଜୟନ୍ତ ପଣ୍ଡା ପ୍ରଶଂସା କରିଛନ୍ତି।
ପୁଣି ଥରେ ବିନା ମୂଲ୍ୟରେ ପୂର୍ବପରି ତାଙ୍କ ହେଲିକପ୍ଟର ବ୍ୟବହାର କରିବା ପାଇଁ ସେ କହିଛନ୍ତି।
ବାତ୍ୟାରେ ୪୫ ଜଣଙ୍କର ମୃତ୍ୟୁ ନେଇ ରିପୋର୍ଟ ଆସୁଛି। ନିଖୋଜଙ୍କ ପରିବାର ଉଦ୍ଧାର, ରିଲିଫ୍ ଚାହୁଁ ଥାଇ ପାରନ୍ତି ବୋଲି ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି।
I wish @Naveen_Odisha a v.happy birthday
I deeply appreciate post cyclone work of Indian forces/ODRAF
& AGAIN offer helicopters at no cost to augment that, as in earlier years.
45 reported dead. Families of the missing wd surely want any additional search/rescue/relief efforts🙏🏼 https://t.co/tli9Qinkby— Baijayant Jay Panda (@PandaJay) 16 October 2018
ସୂଚନାଯୋଗ୍ୟ, ବିମାନ ବନ୍ଦରରେ ହ୍ୟାଙ୍ଗର୍ରେ ସିଲ୍ ୩ଟି ହେଲିକପ୍ଟରୁ ୨ଟିକୁ ବାହାର କରି ରାଜ୍ୟ ସରକାର ମାଗଣାରେ ରିଲିଫ୍ କାର୍ଯ୍ୟରେ ସେଗୁଡ଼ିକୁ ବ୍ୟବହାର କରନ୍ତୁ ବୋଲି ବୈଜୟନ୍ତ ମୁଖ୍ୟମନ୍ତ୍ରୀ ବାରମ୍ବାର ଅପିଲ୍ କରିଛନ୍ତି।
from OTV Khabar https://ift.tt/2PwcygZ
No comments: