
ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟାକୁ ନେଇ ସୁପ୍ରିମ୍କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦିଓ ସର୍ବୋଚ୍ଚ ନ୍ୟାୟାଳୟ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି, କିନ୍ତୁ ଏଥିରେ କିଛି ସର୍ତ୍ତ ଲାଗୁ କରିଛନ୍ତି। କୋର୍ଟ ବାଣଫୁଟାକୁ ସମ୍ପୂର୍ଣ୍ଣ ନିଷିଦ୍ଧ ନକରି ନିର୍ଦ୍ଦେଶ ଦେଇଛନ୍ତି, ଯେ ସୀମିତ ଅବଧିରେ, ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏବଂ କମ୍ ପ୍ରଦୂଷଣ କରୁଥିବା ବାଣ ଫୁଟାଇହେବ।
ଦୀପାବଳିରେ ବାଣ ଫୁଟାଇବା ପାଇଁ ସନ୍ଧ୍ୟା ୮ଟାରୁ ୧୦ଟା ଯାଏ ୨ ଘଣ୍ଟାର ଅନୁମତି ମିଳିଛି। ସେହିଭଳି ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ରାତି ୧୧.୫୫ରୁ ୧୨.୩୦ ଯାଏ ବାଣ ଫୁଟାଇହେବ। କମ୍ ପ୍ରଦୂଷଣ କରୁଥିବା ବାଣ ପାଇଁ ଅନୁମତି ମିଳିଥିବାବେଳେ ଏହା କେବଳ ଲାଇସେନ୍ସ ପ୍ରାପ୍ତ ବିକ୍ରେତା ବିକିପାରିବେ।
ସେହିଭଳି ଦିଲ୍ଲୀରେ, କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାଣ ଫୁଟାଇବା ପାଇଁ ଅନୁମତି ମିଳିବ। ଏକ ସପ୍ତାହ ମଧ୍ୟରେ ଏହି ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରାଯିବ ବୋଲି କୋର୍ଟ କହିଛନ୍ତି। ଅନ୍ଲାଇନ୍ରେ ବାଣ ଉପଲବ୍ଧ ହେବନି। ଯଦି କୌଣସି ଇ-କମର୍ସ ସଂସ୍ଥା ଏଭଳି କରୁଥାଏ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କର ୱେବ୍ସାଇଟ୍ ବନ୍ଦ କରିଦିଆଯିବ।
ବାଣ ବିକ୍ରି ଉପରେ କଟକଣା ଜାରି କରିବାକୁ ଗତବର୍ଷ ସୁପ୍ରିମକୋର୍ଟରେ ଆବଦେନ ହୋଇଥିଲା।
from OTV Khabar https://ift.tt/2yW5ZgJ
No comments: