ଝଡ଼ାଫୁଙ୍କା ନାଁରେ ମହିଳାଙ୍କୁ ହାତ-ଗୋଡ଼ ବାନ୍ଧି ଗଣଦୁଷ୍କର୍ମ

rape-generic

ନୂଆଦିଲ୍ଲୀ: ବିହାର ବକ୍ସର ଜିଲ୍ଲାର ମୁଫସିଲ୍‌ ଥାନା ଅଞ୍ଚଳରେ ଝଡ଼ାଫୁଙ୍କା କରିବା ନାଁରେ ଜଣେ ମହିଳାଙ୍କୁ  ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ୬ ଜଣ ଦୁଷ୍କର୍ମ କରିଛନ୍ତି। ଏହି ମାମଲାରେ ପୁଲିସ୍‌ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ୍ ଖୋଜୁଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୀଡ଼ିତ କହିଛନ୍ତି, “ଗତ ତିନି ବର୍ଷ ହେବ ମୁଁ ଝଡ଼ାଫୁଙ୍କା କରିବା ପାଇଁ ମୁଫସିଲ୍‌ ଥାନା ଅନ୍ତର୍ଗତ ଚେସା ବ୍ରହ୍ମଚେରା ସ୍ଥିତ ବ୍ରହ୍ମ ସ୍ଥାନକୁ ଆସିଥାଏ। ରବିବାର ଦିନ ମୁଁ ମୋ ସ୍ୱାମୀଙ୍କ ସହ ଏଠାକୁ ଆସିଥିଲି। ରାତି ହୋଇଯାଇଥିବାରୁ ସେଠାରେ ଆମେ ରହି ଯାଇଥିଲୁ। ସେହି ରାତିରେ ୬ ଜଣ ବ୍ୟକ୍ତି ମୋ ବେକରେ ଛୁରୀ ରଖି  ହାତ-ଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲେ।”

ଅନ୍ୟପକ୍ଷରେ ଏହି କଥା କାହାକୁ କହିଲେ ସ୍ୱାମୀକୁ ମାରିଦେବୁ ବୋଲି ଅଭିଯୁକ୍ତମାନେ ମହିଳାଙ୍କୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ସେହିପରି ମହିଳାଙ୍କ ସ୍ୱାମୀ କହିଛନ୍ତି,“କିଛି ଲୋକ ମୋ ମୁହଁରେ ଏକ କପଡ଼ା ଫିଙ୍ଗି ଥିଲେ। ଯେଉଁଥିରେ ମୁଁ ଅଚେତ ହୋଇଯାଇଥିଲି। ଏହାପରେ ଅଭିଯୁକ୍ତମାନେ ମୋ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି।”



from Odisha Reporter
ଝଡ଼ାଫୁଙ୍କା ନାଁରେ ମହିଳାଙ୍କୁ ହାତ-ଗୋଡ଼ ବାନ୍ଧି ଗଣଦୁଷ୍କର୍ମ ଝଡ଼ାଫୁଙ୍କା ନାଁରେ ମହିଳାଙ୍କୁ ହାତ-ଗୋଡ଼ ବାନ୍ଧି ଗଣଦୁଷ୍କର୍ମ Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.