
ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଟିକାତାଳରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ ସନ୍ଦେହ କରୁଛି।
ମୃତ ଯୁବତୀଙ୍କ ତଣ୍ଟି କଟା ଯାଇଥିବା ସୂଚନା ମିଳିଛି। କେହି ଜଣେ ଦୁର୍ବୃତ୍ତ ଯୁବତୀଙ୍କୁ ଅନ୍ୟତ୍ର ହତ୍ୟା କରି ଜାତୀୟ ରାଜପଥ କଡ଼ରେ ଫିଙ୍ଗି ଦେଇଥିବା ପୁଲିସ୍ କହିଛି। ଘଟଣା ସ୍ଥଳରେ ଖୋର୍ଦ୍ଧା ଏସ୍ପି ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଥିଲା। ବେଗୁନିଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
from OTV Khabar https://ift.tt/2PHrhWA
ଜାତୀୟ ରାଜପଥ କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର OTV KHABAR BUREAU
Reviewed by SUBHENDU BARAL
on
October 20, 2018
Rating:
No comments: