ରାଇରଙ୍ଗପୁରରେ ଘରୋଇ କଳହକୁ ନେଇ ବିଷ ପିଇ ଆତ୍ମହତ୍ୟା କଲେ ମହିଳା

ମୟୁରଭଞ୍ଜ ୨୨|୧୦: ଘରୋଇ କଳହକୁ ନେଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅସନା ଗାଁରେ । ମୃତ ମହିଳା ହେଲେ ଅସନା ଗ୍ରାମର ରେବତୀ ମାଝୀ । ସୂଚନା ଅନୁଯାୟୀ କୌଣସି କଥାକୁ ନେଇ ତାଙ୍କ ସ୍ବାମୀ ମଦ ପିଇ ଆସି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ସମସ୍ତଙ୍କ ଆଗରେ ଏଭଳି ତାଙ୍କୁ ଗାଳିଗୁଲଜ କରିଥିଲେ । ପିଲାମାନଙ୍କ ସମ୍ମୁଖରେ ଏପରି ଅପମାନ ସହି ନପାରି ରେବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।



from News7 https://ift.tt/2PcNWgE
ରାଇରଙ୍ଗପୁରରେ ଘରୋଇ କଳହକୁ ନେଇ ବିଷ ପିଇ ଆତ୍ମହତ୍ୟା କଲେ ମହିଳା ରାଇରଙ୍ଗପୁରରେ ଘରୋଇ କଳହକୁ ନେଇ ବିଷ ପିଇ ଆତ୍ମହତ୍ୟା କଲେ ମହିଳା Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.