ଆଠଗଡ ରେଳ ଷ୍ଟେସନରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଆଠଗଡ ୨୨/୧୦ : ଆଠଗଡ ବ୍ଲକ୍ ଅନ୍ତର୍ଗତ ଘଣ୍ଟିଖାଲ ରେଳ ଷ୍ଟେସନରେ ଆଜି ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି | ମହିଳା ଜଣକ କୌଣସି ଏକ ଟ୍ରେନରେ ଯିବା ପାଇଁ ପ୍ଲାଟଫର୍ମରେ ବସିଥିବା ବେଳେ ହଠାତ ଚିତ୍କାର କରି ତଳକୁ ଗଳି ପଡ଼ିଥିଲେ | ଷ୍ଟେସନର କର୍ମଚାରୀମାନେ ୧୦୮ ଆମ୍ବୁଲାନ୍ସ ଡାକିବା ବେଳକୁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା | ମହିଳାଙ୍କ ହାତରେ ଟାଟୁରେ ବବି ଓ କଳ୍ପନା ଲେଖାଯାଇଥିବା ଜଣାପଡିଛି | ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ପାଟିରୁ ଫେଣ ବାହାରୁଥିବା ଦେଖାଯାଇଛି | ଜିଆରପି ପୋଲିସ ମହିଳାଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି |



from News7 https://ift.tt/2EEAEWd
ଆଠଗଡ ରେଳ ଷ୍ଟେସନରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଆଠଗଡ ରେଳ ଷ୍ଟେସନରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.