
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ସୋନାଖାନ ନିକଟ ମୋଦୀପଡ଼ାରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ଗୋବର୍ଦ୍ଧନ ଲାକ୍ରା।
ଚାଷୀମାନେ ହାତୀ ଦାଉରୁ ଫସଲ ବଞ୍ଚାଇବାକୁ ଜଗିଥିବା ବେଳେ ଏହି ଅଘଟଣ ଘଟିଥିଲା।
ଏହାସହ ହାତୀପଲ ଚାଷ ଜମିରେ ପଶି ଫସଲ ନଷ୍ଟ କରି ଦେଇଛନ୍ତି।
ରାଉରକେଲା ବେଦବ୍ୟାସ ନିକଟ କଲୁଙ୍ଗା ସ’ ମିଲ ଅଞ୍ଚଳରେ୧୦ଟି ହାତୀ ପଶି ଆସି ଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ରାଉରକେଲା ବନ ବିଭାଗର କର୍ମଚାରୀ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି।
from Odisha Reporter
ହାତୀ ଆକ୍ରମଣରେ ଜଣେ ମୃତ
Reviewed by SUBHENDU BARAL
on
October 22, 2018
Rating:
No comments: