ମଣିଷ ପରେ ବଳଦ ମାରି ଖାଇଲା ସୁନ୍ଦରୀ

Sundari-1

ଅନୁଗୋଳ(ବିରଜା ଦାସ): ଦୁଇଦିନରେ ବାଘୁଣୀ ସୁନ୍ଦରୀ କରିଛି ଦୁଇଟି ଶିକାର। ଗତକାଲି ମଣିଷ ମାରିଲା ଓ ଆଜି ବଳଦ ଖାଇଲା। ଏହା ହେଉଛି ଅନୁଗୋଳର ଟାଇଁସି ଅଞ୍ଚଳରେ ଆତଙ୍କ ଖେଳାଇଥିବା ସୁନ୍ଦରୀର କାମ।

ବାଘୁଣୀର ଦୁଇଟି ଦୁଇଟି ଶିକାର ପରେ ଅନୁଗୋଳ ଟାଇଁସି ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ଉତ୍ତେଜନା ଚରମ ସୀମାରେପହଞ୍ଚି ଥିଲା। ଲୋକଙ୍କ ଢ଼େଲା ମାଡ଼ରେ ତିନି ଜଣ ପ୍ରଶାସନିକ ଅଧିକାରୀ ଆହତ ହୋଇଥିଲେ। ଲୋକଙ୍କୁ ଘଉଡାବାକୁ ଯାଇ ପୁଲିସକୁ ମୃଦ୍ୟୁ ଲାଠିଚାଳନା ଓ ଗ୍ୟାସ୍‌ ପ୍ରୟୋଗ କରିବାକୁ ପଡ଼ିଥିଲା।

ଦିନକୁ ଦିନ ସୁନ୍ଦୁରୀ ବିରୋଧରେ ଅଭିଯୋଗ ବଢ଼ି ଚାଲିଥିବାରୁ ତାକୁ ଟ୍ରାଙ୍କୁଲାଇଜ କରି କାବୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଶେଷଜ୍ଞ ଟିମ୍‌ ମଧ୍ୟ ଅନୁଗୋଳ ଯାଇଛନ୍ତି। ଏହି ଟିମ୍‌ରେ ଓୟୁଏଟି ଓ ନନ୍ଦନକାନନ ବିଶେଷଜ୍ଞ ଡାକ୍ତର ଏବଂ ଗନ୍ ଆସିଷ୍ଟାଣ୍ଟ ଅଛନ୍ତି।

ହେଲେ ଉତ୍ତେଜନା ଯୋଗୁ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳକୁ ଯାଇ ପାରୁ ନାହାନ୍ତି।

ଗତକାଲି ଟାଇଁସି ଗାଁରେ ପ୍ରବେଶ କରି ବାଘୁଣୀ ସୁନ୍ଦରୀ ଜଣକୁ ମାରି ଦେଇଥିଲା। ଏହା ପରେ ଉତ୍ତ୍ୟକ୍ତ ଲୋକ ଗତକାଲି ଲଙ୍କାକାଣ୍ଡ କରିଥିଲେ।

ସୁନ୍ଦରୀକୁ ସ୍ଥାନାନ୍ତର କରିବାକୁ ସେମାନଙ୍କର ଦାବି ଥିଲା। ଆଜି ସକାଳୁ ଟାଇଁସି ନିକଟ ବାଘମୁଣ୍ଡା ଗାଁରୁ ଏକ ବଳଦର ମୃତଦେହ ମିଳିବା ପରେ ଲୋକଙ୍କ ରାଗ ଦ୍ୱିଗୁଣିତ ହୋଇଛି।



from Odisha Reporter
ମଣିଷ ପରେ ବଳଦ ମାରି ଖାଇଲା ସୁନ୍ଦରୀ ମଣିଷ ପରେ ବଳଦ ମାରି ଖାଇଲା ସୁନ୍ଦରୀ Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.