ଓଲଟି ପଡ଼ିଲା ବସ୍; ୧୦ ଆହତ

bus....

ବାଲେଶ୍ୱର (ଅଜିତ୍ ଦାଶ): ବାଲେଶ୍ୱର ଜିଲ୍ଲା ରାଇବଣିଆରେ ଏକ ବସ୍ ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି।

ଆହତଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ୱରରୁ ଉଲୁମରା ଆସିବା ବେଳେ ବସ୍‌ଟି ଓଲଟି ପଡ଼ିଥିଲା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା।



from Odisha Reporter
ଓଲଟି ପଡ଼ିଲା ବସ୍; ୧୦ ଆହତ ଓଲଟି ପଡ଼ିଲା ବସ୍; ୧୦ ଆହତ Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.