ଖାସ୍‌ ଏଲିନାଙ୍କ ପାଇଁ ଅଡିଓ ରିଲିଜ୍‌ କଲେ ଫ୍ୟାନ୍‌ସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଏକ୍ସପ୍ରେସନ୍‌ କୁଇନ୍‌ ଏଲିନା ସାମନ୍ତରାୟଙ୍କ ପାଇଁ ଏକ ଖାସ୍‌ ଅଡିଓ ପ୍ରସ୍ତୁତ କରିଛନ୍ତି ତାଙ୍କ ଫ୍ୟାନ୍‌ସ। ଇଣ୍ଡଷ୍ଟ୍ରୀ ଏଣ୍ଟ୍ରିରୁ ନେଇ ତାଙ୍କ ସଫଳତାର ଜୟୟାତ୍ରାକୁ ସଙ୍ଗୀତର ଧୂନ୍‌ରେ ସଜାଇ ଏହି ଚୁଲ୍‌ବୁଲି ନାୟିକାଙ୍କୁ ଏକ ବୋବାଲ୍‌ ଗିଫ୍ଟ୍‌ କରିଛନ୍ତି ‘ଏଲିନା-ପ୍ରଶଂସକ’ ଗୋଷ୍ଠୀ।  

ଗାୟିକା ସଂଜୁ ମହାନ୍ତିଙ୍କ କଣ୍ଠରେ ଅଭିରାମ୍‌ ସାହୁଙ୍କ ଗୀତଟି ମଧ୍ୟ ଜବରଦସ୍ତ ହୋଇଛି। ‘ଏଲିନା ଫ୍ୟାନ୍‌ ସଙ୍ଗ୍‌’ ନାଁରେ ରିଲିଜ୍‌ ହୋଇଥିବା ଏହି ଅଡ଼ିଓକୁ ଉପହାରରେ ପାଇବା ପରେ ନିଜ ସମ୍ପର୍କରେ ଏପରି ନିଆରା ତଥା ମନଛୁଆଁ ଧୂନ୍‌ ଶୁଣି ଏଲିନା ବେଶ୍‌ ଭାବବିହ୍ୱଳ ହୋଇ ପଡିଛନ୍ତି।

ଏହି ଅବସରରେ ଏଲିନା କହିଛନ୍ତି, “ମୋ’ ପ୍ରଶଂସକମାନେ ହେଉଛନ୍ତି ମୋ’ ପରିବାର, ମୋ’ ଦୁନିଆ। ସେମାନେ ମୋ’ ଶକ୍ତି। ସେମାନଙ୍କ ଶୁଭେଚ୍ଛା, ଭଲ ପାଇବା ଓ ସହଯୋଗ ବିନା ମୁଁ କିଛି ବି କରି ପାରି ନଥା’ନ୍ତି। ଏହି ଅଡ଼ିଓ ଶୁଣି ମୁଁ ଖୁବ୍‌ ଖୁସି ।”



from Odisha Reporter
ଖାସ୍‌ ଏଲିନାଙ୍କ ପାଇଁ ଅଡିଓ ରିଲିଜ୍‌ କଲେ ଫ୍ୟାନ୍‌ସ୍‌ ଖାସ୍‌ ଏଲିନାଙ୍କ ପାଇଁ ଅଡିଓ ରିଲିଜ୍‌ କଲେ ଫ୍ୟାନ୍‌ସ୍‌ Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.