ବିବାହ ନକରି ମା ହେଲେ ଲୋକପ୍ରିୟ ଅଭିନେତ୍ରୀ ସାକ୍ଷୀ ତନୱାର : ୪୫ ବର୍ଷ ବୟସରେ ଗ୍ରହଣ କଲେ ପୋଷ୍ୟ କନ୍ୟା

ମୁମ୍ବାଇ ୨୧/୧୦ :  ହିନ୍ଦୀ ଫିଲ୍ମ ଏବଂ ଟିଭି ସିରିଏଲ ଦୁନିଆର ଜଣାଶୁଣା ଅଭିନେତ୍ରୀ ସାକ୍ଷୀ ତନୱାର ଯିଏକି ‘କହାନୀ ଘର ଘର କି’ ଏବଂ ‘ବଡେ ଅଛେ ଲଗତେ ହେଁ’ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ, ଏକ ପୋଷ୍ୟ ଶିଶୁ କନ୍ୟା ଗ୍ରହଣ କରିଛନ୍ତି | ଶିଶୁଟିର ବୟସ ମାତ୍ର ୯ ମାସ | ସାକ୍ଷୀ ଏହି ଶିଶୁ କନ୍ୟାର ନା ରଖିଛନ୍ତି ଦିତ୍ୟା | ଦିତ୍ୟା ମା ଲକ୍ଷ୍ମୀଙ୍କର ଅନ୍ୟ ନାମ |

ସାକ୍ଷୀ ଭାବପ୍ରବଣ ହୋଇ କହିଛନ୍ତି ଯେ, ନିଜ ପରିବାରର ଆଶୀର୍ବାଦ ଓ ସହଯୋଗରେ ସେ ଶିଶୁଟିକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି | ତେବେ ଏହି ଖୁସି ସେ ସମସ୍ତଙ୍କ ସହିତ ବାଣ୍ଟିବାକୁ ଉତ୍ସୁକ ବୋଲି ମଧ୍ୟ କହିଛନ୍ତି | ଶିଶୁ କନ୍ୟା ପାଇଁ ସେ ନିଜକୁ ବହୁତ ଭାଗ୍ୟବାନ ମାନେ କରିଛନ୍ତି |

ସାକ୍ଷୀ ତନୱାର ହିନ୍ଦୀ ଫିଲ୍ମ ଦଙ୍ଗଲରେ ୪ଟି କନ୍ୟାଙ୍କ ମା ଭୂମିକାରେ ଅଭିନୟ କରିଥିଲେ | ଫିଲ୍ମରେ ମା’ର ଅଭିନୟ ସେ ବେଶ ଭଲ ଭାବରେ କରିଥିଲେ | ପୂର୍ବରୁ ସୁସ୍ମିତା ସେନ, ରବିନା ଟଣ୍ଡନ, ସନି ଲିୟନି, ନିଲାମ କୋଠାରୀ, ନିଖିଳ ଆଡ଼ଭାନୀ ମଧ୍ୟ ପୋଷ୍ୟ କନ୍ୟା ଗ୍ରହଣ କରିଛନ୍ତି | ସାକ୍ଷୀ ପୋଷ୍ୟ କନ୍ୟା ସହିତ ଉଠେଇଥିବା ପ୍ରଥମ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି |

ସାକ୍ଷୀଙ୍କ ବୟସ ୪୫ ବର୍ଷ | ତେବେ ସେ ଏପର୍ଯ୍ୟନ୍ତ ଅବିବାହିତା ଅଛନ୍ତି | ତାଙ୍କ କହିବା ଅନୁଯାୟୀ ସେ ବିବାହରେ ବହୁତ ବିଶ୍ୱାସ କରନ୍ତି | କିନ୍ତୁ ଯେହେତୁ ତାଙ୍କୁ ଏବେ ଯାଏଁ ସେମିତି କେହି ମିଳିନାହିଁ ସେଥିପାଇଁ ସେ ବିବାହ କରିନାହାନ୍ତି ବୋଲି କହିଛନ୍ତି |



from News7 https://ift.tt/2PLDDwQ
ବିବାହ ନକରି ମା ହେଲେ ଲୋକପ୍ରିୟ ଅଭିନେତ୍ରୀ ସାକ୍ଷୀ ତନୱାର : ୪୫ ବର୍ଷ ବୟସରେ ଗ୍ରହଣ କଲେ ପୋଷ୍ୟ କନ୍ୟା ବିବାହ ନକରି ମା ହେଲେ ଲୋକପ୍ରିୟ ଅଭିନେତ୍ରୀ ସାକ୍ଷୀ ତନୱାର : ୪୫ ବର୍ଷ ବୟସରେ ଗ୍ରହଣ କଲେ ପୋଷ୍ୟ କନ୍ୟା Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.