ଅନୁଗୋଳରେ ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ ; ଜଳିଗଲା ସମ୍ପୂର୍ଣ୍ଣ ଟ୍ରକ୍

ଅନୁଗୋଳ ୨୭|୧୦: ଅନୁଗୋଳ ୧୪୯ ନମ୍ବର ଜାତୀୟ ରାଜପଥ ଖେମଳା ନିକଟରେ ଜଳିଗଲା ଟ୍ରକ୍ । ଆଜି ସକାଳୁ ଏକ ଚଳନ୍ତା ଟ୍ରକ୍‌ରେ ନିଆଁ ଲାଗି ଟ୍ରକ୍‌ଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି ।

ସୂଚନା ଅନୁସାରେ ଅନୁଗୋଳ ଖେମଣା ନିକଟରେ ମାଲବାହି ଟ୍ରକ୍‌ଟି ଦ୍ରୁତ ବେଗରେ ଯାଉଥିବା ବେଳେ ହଠାତ୍ ଟାୟାରରୁ ନିଆଁ ବାହାରିଥିଲା । ଏହା ପରେ ସମ୍ପୂର୍ଣ୍ଣ ଗାଡିରେ ନିଆଁ ଲାଗିଯାଇଥିଲା । ଖବର ପାଇ ପାଲଲହଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ଟ୍ରକ୍‌ଟି କେନ୍ଦୁଝରରୁ ଆଇରନ ପଥର ବୋଝେଇ ହୋଇ ଅନୁଗୋଳ ଅଭିମୁଖେ ଯାଉଥିବା ଜଣାପଡିଛି । ତେବେ ଟ୍ରକ୍ ଡ୍ରାଇଭର ଓ ହେଲ୍‌ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି।



from News7 https://ift.tt/2CFglVX
ଅନୁଗୋଳରେ ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ ; ଜଳିଗଲା ସମ୍ପୂର୍ଣ୍ଣ ଟ୍ରକ୍ ଅନୁଗୋଳରେ ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ ; ଜଳିଗଲା ସମ୍ପୂର୍ଣ୍ଣ ଟ୍ରକ୍ Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.