ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ; ଆଜି ସେମିଫାଇନାଲରେ ଭାରତ-ଜାପାନ ମୁକାବିଲା

ମସ୍କଟ ୨୭|୧୦: ଏସୀୟ ଚାମ୍ପିଅନସ ଟ୍ରଫି ହକି ପ୍ରତିଯେ।ଗିତାର ସେମିଫାଇନାଲ ମୁକାବିଲା । ଆଜି ମୁହାଁମୁହିଁ ହେବେ ଭାରତ ଏବଂ ଜାପାନ। ରାଉଣ୍ଡ୍ ରବିନ୍ ପର୍ଯ୍ୟାୟରେ ଜାପାନକୁ ୯-୦ ଗୋଲ୍ ରେ ପରାସ୍ତ କରିଥିବାରୁ ସେମିଫାଇନାଲ୍ ରେ ଭାରତ ସେହି ସଫଳତା ଦୋହରାଇ ଫାଇନାଲ୍  ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ରାଉଣ୍ଡ୍ ରବିନ୍ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ସହ ଫାଇନାଲ୍  ପ୍ରବେଶ ପାଇଁ ଜାପାନ ନିଶ୍ଚୟ ପ୍ରୟାସ କରିବ। ଭୁବନେଶ୍ବରରେ ଆସନ୍ତା ମାସରେ ଆୟୋଜିତ ବିଶ୍ବକପ୍  ପୂର୍ବରୁ ଏହା ଶେଷ ପ୍ରତିଯୋଗିତା ଥିବାରୁ ଭାରତ ବିଜେତା ହେବା ସହ ଏସୀୟ କ୍ରୀଡ଼ାର ନୈରାଶ୍ୟଜନକ କାଂସ୍ୟ ପଦକ ପାଇଁ ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଆପ୍ରାଣ ଉଦ୍ୟମ କରିବ। ଅନ୍ୟପକ୍ଷରେ ଏଠାରେ ସେମିଫାଇନାଲ୍  ପ୍ରବେଶ କରିଥିବା ୪ ଦଳ ମଧ୍ୟରୁ ଏକମାତ୍ର ଜାପାନ ବିଶ୍ବକପ୍ କୁ ଯୋଗ୍ୟତା ହାସଲ କରିନାହିଁ। ତଥାପି ଆଜି ସେମିଫାଇନାଲ୍ ଭାରତ ପାଇଁ ଏକ ଭିନ୍ନ ମ୍ୟାଚ୍  ହେବ।



from News7 https://ift.tt/2qbIyMu
ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ; ଆଜି ସେମିଫାଇନାଲରେ ଭାରତ-ଜାପାନ ମୁକାବିଲା ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ; ଆଜି ସେମିଫାଇନାଲରେ ଭାରତ-ଜାପାନ ମୁକାବିଲା Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.