ଛୋଟ ପରଦାର ଏହି ୫ଜଣ ଅଭିନେତ୍ରୀ ହେଉଛନ୍ତି ସବୁଠୁ ଧନୀ :ଜାଣନ୍ତୁ କିଏ ଏମାନେ

ମୁମ୍ବାଇ ୨୨/୧୦: ଟେଲିଭିଜନ ଧାରାବାହିକରେ ଅଭିନୟ କରୁଥିବା ଏହି ୫ଜଣ ଅଭିନେତ୍ରୀ ସବୁଠୁ ଧନୀ। ଆସନ୍ତୁ ଜାଣିବା ଏହି ଅଭିନେତ୍ରୀମାନଙ୍କ ବିଷୟରେ

୧.ସନାୟା ଇରାନୀ: ସନାୟା ଇରାନୀଙ୍କୁ ଇସ ପ୍ୟାର କୋ କ୍ୟା ନାମ ଦୁଁ ଧାରାବାହିକରେ ଖୁସି ଭୂମିକାରେ ଅଭିନୟ କରିଥିବାର ସମସ୍ତେ ଦେଖିଥିବେ। ୩୪ବର୍ଷୀୟା ସନାୟା ବର୍ତ୍ତମାନ ୨.୪ମିଲିୟନ୍ ଡଲାରର ମାଲିକାଣୀ।

୨.ହିନା ଖାନ୍: ହିନା ଖାନଙ୍କର ପରିଚୟ ଦେବାର ଆବଶ୍ୟକତା ପଡ଼ିବ ନାହିଁ। ଷ୍ଟାର ପ୍ଲସର ପ୍ରସିଦ୍ଧ ଧାରାବାହିକ ୟେ ରିସ୍ତା କ୍ୟା କେହଲାତା ହେ ରେ ହିନା ଅକ୍ଷରାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଅଭିନେତ୍ରୀ ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଅଭିନୟ କରିସାରିଛନ୍ତି। ହିନା ୫ମିଲିୟନ ଡଲାରର ମାଲିକାଣୀ।

୩.ଜେନିଫର ଓ୍ବିଙ୍ଗେଟ: ଟିଭିର ଜଣାଶୁଣା ଅଭିନେତ୍ରୀ ଜେନିଫର ଓ୍ବିଙ୍ଗେଟ ଅନେକ ସିରିୟଲରେ କାମ କରିଛନ୍ତି। ଯାହା ଫଳରେ ସେ ଆଜି ୨ମିଲିୟନ ଡଲାରର ମାଲିକାଣୀ ହୋଇପାରିଛନ୍ତି। କରଣ ସିଂ ଗ୍ରୋଭରଙ୍କଠାରୁ ଅଲଗା ହେବା ପରେ ସେ ଆଜିକାଲି ଏକୁଟିଆ ରହୁଛନ୍ତି।

୪.ନିୟା ଶର୍ମା: ପ୍ରସିଦ୍ଧ ଧାରାବାହିକ ଜମାଇ ରାଜାରେ ରୋଶନି ଭୂମିକାରେ ଅଭିନୟ କରିଥିବା ନିୟା ଶର୍ମା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ପାଖାପାଖି ୨ମିଲିୟନ ଡଲାରର ମାଲିକାଣୀ। ସେ ଓ୍ବେବ୍ ସିରିଜ ଟ୍ବିଷ୍ଟେଡ ପାଇଁ ସମଗ୍ର ବିଶ୍ବରେ ପ୍ରସିଦ୍ଧ।

୫.ଦୃଷ୍ଟି ଧାମି: ସୁନ୍ଦରୀ ଅଭିନେତ୍ରୀ ଦୃଷ୍ଟି ଧାମି ମଧ୍ୟ ଧନୀ ଅଭିନେତ୍ରୀଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ସେ ପ୍ରତି ଏପିସୋଡ୍ ପାଇଁ ୧ଲକ୍ଷ ଟଙ୍କା ନିଅନ୍ତି ଏବଂ ତାଙ୍କ ପାଖରେ ପ୍ରାୟ ୩ମିଲିୟନ୍ ଡଲାରର ସମ୍ପତ୍ତି ରହିଛି।



from News7 https://ift.tt/2PahKKR
ଛୋଟ ପରଦାର ଏହି ୫ଜଣ ଅଭିନେତ୍ରୀ ହେଉଛନ୍ତି ସବୁଠୁ ଧନୀ :ଜାଣନ୍ତୁ କିଏ ଏମାନେ ଛୋଟ ପରଦାର ଏହି ୫ଜଣ ଅଭିନେତ୍ରୀ ହେଉଛନ୍ତି ସବୁଠୁ ଧନୀ :ଜାଣନ୍ତୁ କିଏ ଏମାନେ Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.