ପଂଜାବରେ ବଡ଼ ଧରଣରରେ ଟ୍ରେନ ଦୁର୍ଘଟଣା ,୫୦ରୁ ଅଧିକ ମୃତ୍ୟୁ ଆଶଂକା

ପଂଜାବ୧୯/୧୦-ପଂଜାବର ଅମୃତସର ଜୋଡ଼ା ରେଲଓ୍ଵେ ଫାଟକ ନିକଟରେ ଚାଲିଥଲା ରାବଣପୋଡ଼ି ।ଲୋକମାନେ ରେଲଓ୍ଵେ ଟ୍ରାକରେ ଠିଆ ହୋଇ ଦେଖୁଥଲେ ରାବଣପୋଡ଼ି ।ଆତସବାଜିର ଶଦ୍ଦ ଏତେ ଥଲା ଲୋକମାନେ ଟ୍ରେନ ଆସିବାର କୌଣସି ସୂଚନା ପାଇପାରିନ ଥିଲେ ।ସେଇ ସ୍ଥାନରେ ୫୦୦ ରୁ ୭୦୦ ଲୋକ ରୁଣ୍ଡ ହୋଇଥଲେ ।ପଠାନକୋଟରୁ ଅମୃତସର ଯାଉଥବା ଡ଼ିଏମୟୁ ଟ୍ରେନଟି ୨ ଘଣ୍ଟା ବିଳମ୍ବରେ ଆସିଥିବାରୁ ଲୋକମାନେ ଟ୍ରେନ ଆସିବାକୁ ଧ୍ୟାନ ଦେଇ ନ ଥିଲେ ।ରେଲଓ୍ଵେ ଟ୍ରାକର ୩୦ ମିଟର ଦୂରରେ ରାବଣପୋଡ଼ି ଚାଲୁଥିବାରୁ ଅଧିକାଂଶ ଲୋକ ରେଳ ଧାରଣା ଉପରେ ଠିଆ ହୋଇ ଦେଖୁଥଲେ ।

ଲୋକ ନିଜ ମୋବାଇଲରେ କିଛି ରାବଣପୋଡ଼ି ସୁଟିଂଗ କରୁଥିଲେ ଓ ଏହି ସମୟରେ ଆତସବାଜିର ଶଦ୍ଦ ଏତେ ଥିଲା ବାହାରୁ କିଛି ଶଦ୍ଦ ମଧ୍ୟ ଶୁଣିପାରୁ ନଥିଲେ ।ସେଇ ସମୟରେ ବିନା ହର୍ଣ୍ଣରେ  ଆସୁଥିବା ଡ଼ିଏମୟୁ ଟ୍ରେନଟି ମାଡ଼ିଯାଇଥଲା ଲୋକଂକ ଉପରେ ।ଯାହା ଆଶଂକା କରାଯାଉଛି,୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ।ଏଇ ଉତ୍ସବରେ କ୍ୟାବିନେଟ ମନ୍ତ୍ରୀ ନବଜିତ ସିଦ୍ଧୁଂକର ପତ୍ନୀ ନବଜିତ କୌର ସିଦ୍ଧୁ ଅତିଥି ଥିଲେ ।ଘଟଣା ଘଟିବା ସମୟରେ ସେ ସ୍ଥାନ ଛାଡ଼ି ଚାଲିଯାଇଛନ୍ତି ।

ରାଜ୍ୟ ସରକାର ମୃତକଂକ ପରିବାରକୁ ୫ ଲକ୍ଷ ଅନୁକଂପା ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।ଆହତଂକୁ ସରକାରୀ ତଥା ବେସରକାରୀ ମେଡ଼ିକାଲରେ ମାଗଣା ଚିକିତ୍ସା ପାଇଁ ମଧ୍ୟ ଘୋଷଣା କରିଛନ୍ତି ।

ଏ ଦୁଃଖଦ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ରାଷ୍ଟ୍ରପତି ରାମନାଥ କୋବିନ୍ଦ  ରେଳମନ୍ତ୍ରୀ ପିୟୁଷ ଗୋୟଲ,ସମେତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ,ପଂଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ,  ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ।



from News7 https://ift.tt/2R0Nqj6
ପଂଜାବରେ ବଡ଼ ଧରଣରରେ ଟ୍ରେନ ଦୁର୍ଘଟଣା ,୫୦ରୁ ଅଧିକ ମୃତ୍ୟୁ ଆଶଂକା ପଂଜାବରେ ବଡ଼ ଧରଣରରେ ଟ୍ରେନ ଦୁର୍ଘଟଣା ,୫୦ରୁ ଅଧିକ ମୃତ୍ୟୁ ଆଶଂକା Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.