ଏହି ୧୦ଜଣ ସେଲିବ୍ରିଟିଙ୍କ ପ୍ରେମରେ ପଡ଼ିଥିଲେ ରଣବୀର କପୁର: ଜାଣନ୍ତୁ କିଏ ଏମାନେ

ମୁମ୍ବାଇ ୧୯/୧୦: ରଣବୀର କପୁର ନିଜ ଜୀବନରେ ୧୦ଜଣ ସୁନ୍ଦରୀ ସେଲିବ୍ରିଟିଙ୍କୁ ଡେଟ୍ କରିଛନ୍ତି। ରଣବୀର କପୁର ବଲିଉଡର ସବୁଠୁ ହ୍ୟାଣ୍ଡସମ୍ ଅଭିନେତା ଭାବରେ ଜଣା ଯାନ୍ତି। ଲକ୍ଷ ଲକ୍ଷ ଝିଅମାନେ ପସନ୍ଦ କରନ୍ତି ତାଙ୍କୁ। ସୋଶିଆଲ ମିଡିଆରେ ମଧ୍ୟ ତାଙ୍କ ଫ୍ୟାନ୍ ଫଲୋଇଙ୍ଗଙ୍କ ସଂଖ୍ୟା ଅଧିକ। ଆଜି ଆମେ ଏଭଳି୧୦ଜଣ ସେଲିବ୍ରିଟିଙ୍କ ବିଷୟରେ ଜାଣିବା ଯେଉଁମାନଙ୍କର ସମ୍ପର୍କ ରଣବୀର କପୁରଙ୍କ ସହ ରହି ଆସିଛି।

୧.ନନ୍ଦିତା ମହତାନି: ନନ୍ଦିତା ମହତାନି ଜଣେ ଫ୍ୟାସନ୍ ଡିଜାଇନର। ନନ୍ଦିତା ସଞ୍ଜୟ କପୁରଙ୍କ ପ୍ରଥମ ପତ୍ନୀ ଥିଲେ। ନନ୍ଦିତା ଏବଂ ରଣବୀର କପୁର ଭଲ ସାଙ୍ଗ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। କିନ୍ତୁ ଏହି ସମ୍ପର୍କ ବହୁତ କମ୍ ସମୟ ଚାଲିଥିଲା।

୨.ପ୍ରିୟଙ୍କା ଚୋପ୍ରା: ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବିଷୟରେ ତ ଆପଣ ଜାଣିଥିବେ। ଏମାନେ ଦୁଇ ଜଣ ଫିଲ୍ମର ସୁଟିଂ ସମୟରେ ଘନିଷ୍ଠ ହୋଇଥିଲେ। ସେମାନେ ପରସ୍ପରକୁ ବହୁତ ପସନ୍ଦ କରୁଥିଲେ। କିନ୍ତୁ ସେମାନେ ପରେ ଅଲଗା ହୋଇଯାଇଥିଲେ।

୩.ସୋନମ୍ କପୁର: ସୋନମ୍ କପୁର ଏବଂ ରଣବୀର କପୁର ଏକା ସାଙ୍ଗରେ ବଲିଉଡରେ ପ୍ରବେଶ କରିଥିଲେ। ସାଓ୍ବରିୟା ଫିଲ୍ମ ଜିଆରେ ସେମାନେ ପରସ୍ପରର ନିକଟତର ହୋଇଥିଲେ। କିନ୍ତୁ ଏମାନଙ୍କ ସମ୍ପର୍କ ଭାଙ୍ଗିଯିବାର କାରଣ ଦୀପିକା ପାଦୁକୋଣ ଥିଲେ।

୪.ଦୀପିକା ପାଦୁକୋଣ: ଦୀପିକା ପାଦୁକୋଣ ରଣବୀର କପୁରଙ୍କ ନାମରେ ନିଜ ହାତରେ ଟାଟୁ କରିଥିଲେ। କିନ୍ତୁ କୈାଣସି କାରଣରୁ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।

୫.କାଟରିନା କୈଫ: କାଟରିନା କୈଫ ଏବଂ ରଣବୀର କପୁରଙ୍କ ପ୍ରେମ କାହାଣୀ ଅଜବ ପ୍ରେମ କି ଗଜବ କାହାନୀ ଫିଲ୍ମରୁ ଆରମ୍ଭ ହୋଇଥିଲା। ଏମାନେ ବହୁତ ଦିନ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍ କରୁଥିଲେ। ସମସ୍ତଙ୍କୁ ଏହି ଯୋଡ଼ି ଖୁବ୍ ପସନ୍ଦ ଥିଲା। କିନ୍ତୁ ଏହା ମଧ୍ୟ ଭାଙ୍ଗି ଯାଇଥିଲା।

୬.ନରଗିସ୍ ଫାଖରୀ: ନରଗିସ୍ ଏବଂ ରଣବୀର କପୁରଙ୍କ ପ୍ରେମ କାହାଣୀ ରକଷ୍ଟାର ଫିଲ୍ମରୁ ଆରମ୍ଭ ହୋଇଥିଲା। ଏହି ସମ୍ପର୍କ ମଧ୍ୟ କମ୍ ସମୟ ଯାଏଁ ଚାଲିଥିଲା।

୭.ଆଞ୍ଜେଲା ଜନସନ: ଆଞ୍ଜେଲା ଜନସନ ଜଣେ ଭାରତୀୟ ମଡେଲ୍। ତାଙ୍କ ସହ ରଣବୀର କପୁରଙ୍କ ସମ୍ପର୍କ ମଧ୍ୟ ବେଶ୍ ଚର୍ଚ୍ଚିତ ହୋଇଥିଲା। ଏହା ପରେ ରଣବୀର କପୁର ଏହାକୁ ଖଣ୍ଡନ କରିଥିଲେ।

୮.ଶୃତି ହାସନ: ଶୃତି ହାସନ ଏବଂ ସେ ଏକ ବିଜ୍ଞାପନ ଜରିଆରେ ନିକଟତର ହୋଇଥିଲେ। କିନ୍ତୁ ଏହା ମଧ୍ୟ କମ୍ ସମୟ ପର୍ଯ୍ୟନ୍ତ ଚାଲିଥିଲା।

୯.ଅବନ୍ତିକା ମଲ୍ଲିକ: ଅବନ୍ତିକା ଏବଂ ରଣବୀର କପୁରଙ୍କ ପ୍ରେମ ସମ୍ପର୍କ ମଧ୍ୟ ବହୁତ କମ୍ ସମୟ ପର୍ଯ୍ୟନ୍ତ ଚାଲିଥିଲା। ଅବନ୍ତିକା ବର୍ତ୍ତମାନ ଇମରାନ ଖାନଙ୍କ ସ୍ତ୍ରୀ।

୧୦.ଆଲିୟା ଭଟ୍ଟ: ଆଲିୟା ଭଟ୍ଟ ଏବଂ ରଣବୀର କପୁର ଏବେ ସମ୍ପର୍କରେ ଅଛନ୍ତି।



from News7 https://ift.tt/2q1a3bx
ଏହି ୧୦ଜଣ ସେଲିବ୍ରିଟିଙ୍କ ପ୍ରେମରେ ପଡ଼ିଥିଲେ ରଣବୀର କପୁର: ଜାଣନ୍ତୁ କିଏ ଏମାନେ ଏହି ୧୦ଜଣ ସେଲିବ୍ରିଟିଙ୍କ ପ୍ରେମରେ ପଡ଼ିଥିଲେ ରଣବୀର କପୁର: ଜାଣନ୍ତୁ କିଏ ଏମାନେ Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.