ଦିଲ୍ଲୀରେ ୨୪ ଘଣ୍ଟା ପାଇଁ ୪୦୦ ଟି ପେଟ୍ରୋଲ ପମ୍ପ ବନ୍ଦ

ଦିଲ୍ଲୀ ୨୨/୧୦ : ରାଜଧାନୀ ଦିଲ୍ଲୀର ପ୍ରାୟ ୪୦୦ ପେଟ୍ରୋଲ୍‍ ପମ୍ପ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ। ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରୁ ଦିଲ୍ଲୀ ସରକାର ଭାଟ୍‍ ହ୍ରାସ କରୁନଥିବା ଅଭିଯୋଗରେ ଦିଲ୍ଲୀ ପେଟ୍ରୋଲ୍‍ ବିକ୍ରେତା ସଂଘର ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଅପରପକ୍ଷରେ ଏହା ପଛରେ ବିଜେପିର ଚାଲ୍‍ ରହିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍‍ କହିଛନ୍ତି।
ଅପରପକ୍ଷରେ ସଂଘର ସଭାପତି ନିଶ୍ଚଲ୍‍ ସିଂଘାନିଆ କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରୁ ଉତ୍ପାଦନ ଶୁଳ୍କ ୧.୫୦ ଟଙ୍କା ହ୍ରାସ କରିବା ପରେ ରାଜ୍ୟମାନେ ମଧ୍ୟ ଭାଟ୍‍ ହ୍ରାସ କରନ୍ତୁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ଅନୁରୋଧ କରିଥିଲେ। ବିଜେପି ଶାସିତ ରାଜ୍ୟଗୁଡ଼ିକ ଭାଟ୍‍ ହ୍ରାସ କରିଥିଲେ ମଧ୍ୟ ଦିଲ୍ଲୀ ସରକାର ଭାଟ ହ୍ରାସ କରିନାହାନ୍ତି। ଭାଟ ହ୍ରାସ ଯୋଗୁଁ ପଡ଼ୋଶୀ ଉତ୍ତରପ୍ରଦେଶ ଓ ହରିଆଣାରେ ଅପେକ୍ଷାକୃତ ଶସ୍ତାରେ ମିଳୁଥିବାରୁ ଲୋକମାନେ ସେହି ସବୁ ରାଜ୍ୟରୁ ପେଟ୍ରୋଲ୍‍ ଓ ଡିଜେଲ୍‍ କିଣି ଆଣୁଛନ୍ତି। ଏହାଫଳରେ ଦିଲ୍ଳୀରେ ଅକ୍ଟୋବର୧୫ ତାରିଖ ସୁଦ୍ଧା ପେଟ୍ରୋଲ୍‍ ବିକ୍ରି ୨୦% ଓ ଡିଜେଲ୍‍ ବିକ୍ରି ୩୦% ହ୍ରାସ ପାଇଛି। ରାଜ୍ୟ ସକାର ଯଥାଶୀଘ୍ର ଭାଟ ହ୍ରାସ ନ କଲେ ଡିଜେଲ୍‍ ଓ ପଟ୍ରୋଲ୍‍ ବିକ୍ରି ଆହୁରି ହ୍ରାସ ପାଇବ ବୋଲି ସଂଘ ଆଶଙ୍କା କରିଛି।



from News7 https://ift.tt/2EBwOgd
ଦିଲ୍ଲୀରେ ୨୪ ଘଣ୍ଟା ପାଇଁ ୪୦୦ ଟି ପେଟ୍ରୋଲ ପମ୍ପ ବନ୍ଦ ଦିଲ୍ଲୀରେ ୨୪ ଘଣ୍ଟା ପାଇଁ ୪୦୦ ଟି ପେଟ୍ରୋଲ ପମ୍ପ ବନ୍ଦ Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.