ଜମ୍ମୁକାଶ୍ମୀର ୨୨|୧୦: ଜମ୍ମୁ କାଶ୍ମୀର ରାଜୌରି ଜିଲ୍ଲା ଏଲଓସିରେ ପାକିସ୍ତାନ ସେନା ଅନୁପ୍ରବେଶ କରିଛି । ପାକ୍ ସେନା ଗୁଳିରେ ୩ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ପାଲଟା ଆକ୍ରମଣରେ ପାକିସ୍ତାନ ବର୍ଡର ଆକ୍ସନ୍ ଟିମ୍ ୨ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି । ସେମାନଙ୍କଠାରୁ ୨ଟି ଏକେ-୪୭ ବନ୍ଧୁକ ମଧ୍ୟ ଜବତ ହୋଇଛି ।
ଗତକାଲି ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରି ଭାରତୀୟ ସେନାର ପାଟ୍ରୋଲିଂ ଟିମ୍ ଉପରେ ଗୁଳିମାଡ଼ କରିଥିଲେ ପାକ୍ ଅନୁପ୍ରବେଶକାରୀ । ସୁନ୍ଦରବନୀ ଏଲଓସି ନିକଟରେ ପାକ୍ ଅନୁପ୍ରବେଶକାରୀ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା । ଫଳରେ ୩ ଜଣ ଯବାନ ସହିଦ ହୋଇଥିଲେ। ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇ ଆର୍ମି କମାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସହିଦ ଯବାନ ମାନେ ହେଲେ ନୌସେରାର ହାବିଲଦାର କୌଶଳ କୁମାର, ଦୋଦାର ଲାନ୍ସ ନାଇକ ରଂଜିତ ସିଂହ ଏବଂ ପଲ୍ଲନୱାଲାର ରାଇଫଲମ୍ୟାନ୍ ରଜତ କୁମାର ବସନ ।
from News7 https://ift.tt/2PgOulu
ଜମ୍ମୁକାଶ୍ମୀର ରାଜୌରି ଏଲଓସିରେ ପାକିସ୍ତାନର ଅନୁପ୍ରବେଶ ; ପାକ୍ ସେନା ଗୁଳିରେ ୩ ଜଣ ଭାରତୀୟ ଯବାନ ସହିଦ
Reviewed by SUBHENDU BARAL
on
October 22, 2018
Rating:
No comments: