ଘରେ ତିଆରି କରନ୍ତୁ ଆଇଲାଇନର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହନ୍ତୁ ତ ଦେଖି, କୋଉ ଝିଅର ମନ ନୁହେଁ ସୁନ୍ଦର ଦିଶିବାକୁ। ଆଉ ଖାସ୍‌ ଏଇଥିପାଇଁ ତ ଝିଅମାନେ ସଜେଇ ହୁଅନ୍ତି। ମେକଅପ୍‌ ନିଅନ୍ତି। ବିଶେଷ କରି ଆଖିକୁ ମେକଅପ୍‌ ଦେବାକୁ ଝିଅମାନେ ଆଦୌ ଭୁଲନ୍ତି ନାହିଁ। ଏହାର କାରଣ ଆଖି ହିଁ ଆପଣଙ୍କୁ ଅଧିକ ସୁନ୍ଦର କରିବା ପାଇଁ ସାହାଯ୍ୟ କରିଥାଏ। କିଛି ଝିଅ ମୁହଁର ମେକଅପ୍‌ ନ ନେଲେ ମଧ୍ୟ ଆଖିର ମେକଅପ୍‌ କରିବାକୁ ଭୁଲନ୍ତି ନାହିଁ।

କିନ୍ତୁ ସବୁବେଳେ ଆଖିର ମେକଅପ୍‌ କରିବା ଆଖିର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏଥିରେ ବ୍ୟବହୃତ ହେଉଥିବା କେମିକାଲ୍‌ ଆପଣଙ୍କ ଆଖିକୁ ଅସୁସ୍ଥ କରିପାରେ। ସେଥିପାଇଁ ଆପଣ ଆଖିରେ ବ୍ୟବହାର କରୁଥିବା ମେକଅପ୍‌ ସାମଗ୍ରୀ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ଯାହାଦ୍ୱାରା ବିନା କେମିକାଲ୍‌ରେ ଆପଣଙ୍କ ଆଖି ସୁସ୍ଥ ରହିବ।
ତେବେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବା ଆଇଲାଇନର୍‌।
ଆଇଲାଇନର୍‌ ପାଇଁ ପ୍ରସ୍ତୁତ ସାମଗ୍ରୀ:
୧. ନଡ଼ିଆ ତେଲ ୩ ଚାମଚ
୨. କିଛି ଲହୁଣୀ
୩. କିଛି କୋଇଲା ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ: ଆଇଲାଇନର୍‌ ତିଆରି କରିବା ପାଇଁ ପ୍ରଥମେ ନଡ଼ିଆ ତେଲ ସହିତ ଲହୁଣୀ ଏବଂ କୋଇଲା ଗୁଣ୍ଡକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଯେତେବେଳେ ଏହା ଗାଢ଼ା ଏବଂ ବହଳିଆ ହୋଇଯିବ, ଆପଣଙ୍କ ଆଇଲାଇନର୍‌ ପ୍ରସ୍ତୁତ ହୋଇଯିବ। ଏହାପରେ ଏହାକୁ ଆଇଲାଇନର୍‌ ବ୍ରସ୍ ସହିତ ଲଗାନ୍ତୁ। ଯଦି ଆପଣଙ୍କୁ ଆଖିରେ ବ୍ରାଉନ୍‌ କଲର୍‌ର ସେଡ୍‌ ଦରକାର, ତେବେ ସେଥିରେ ଅଳ୍ପ କିଛି କୋକୋ ପାଉଡର୍ ମିଶାଇ ଦିଅନ୍ତୁ।



from Odisha Reporter
ଘରେ ତିଆରି କରନ୍ତୁ ଆଇଲାଇନର୍‌ ଘରେ ତିଆରି କରନ୍ତୁ ଆଇଲାଇନର୍‌ Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.