
ଜୟପୁର:ରାଜସ୍ଥାନ ଜୟପୁରର ମୁହାନା ଥାନା ଅଞ୍ଚଳରେ ଜଣେ ୨୩ ବର୍ଷୀୟ ନେପାଳୀ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣ ଲୋକେଶ ସେନୀ (୧୯) ଓ କମଲ ସେନୀ (୨୪)। ପୀଡ଼ିତାଙ୍କ ବୟାନ ଆଧାରରେ ପୁଲିସ୍ ଏହି ଦୁଇ ଜଣଙ୍କୁ ଗିରଫ କରିଛି।
ଏହି ଘଟଣାକୁ ନେଇ ଥାନା ଅଧିକାରୀ କହିଛନ୍ତି,“ ନେପାଳୀ ଯୁବତୀଙ୍କୁ ଏହି ଦୁଇ ଅଭିଯୁକ୍ତ ଶୁକ୍ରବାର ଓ ଶନିବାର ଏକ ରୁମ୍ରେ ତାଲା ପକାଇ ଦୁଷ୍କର୍ମ କରିଥିଲେ। ତେବେ ଗତକାଲି ଭୋର ପ୍ରାୟ ୩ଟା ବେଳେ ପୀଡ଼ିତା ଉଲଗ୍ନ ଅବସ୍ଥାରେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବାରକୁ ଉଦ୍ୟମ କରୁଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ପୀଡ଼ିତାର ଚିକିତ୍ସା ଚାଲିଛି।”
from Odisha Reporter
ଦୁଇ ଦିନ ଘରେ ତାଲା ପକାଇ ନେପାଳୀ ଯୁବତୀଙ୍କୁ ଗଣଦୁଷ୍କର୍ମ
Reviewed by SUBHENDU BARAL
on
October 22, 2018
Rating:
No comments: