ଶିକାରି ଫାଶରେ ପଡିଲା ଭାଲୁ, ବନବିଭାଗ ନିଶ୍ଚେତକ ଦେଇ କଲା ଉଦ୍ଧାର, ଦେଖନ୍ତୁ ପୁରା ଘଟଣା

ନୀଳଗିରି୨୬|୧୦: ଟ୍ରାଙ୍କୁଲାଇଜ୍‌ ଟିମ୍‌ ଗୋଡ଼େଇ ଗୋଡ଼େଇ ହାଲିଆହେଲାଣି । ହେଲେ ଧରା ଦେଉନି ବାଘ । ସେପଟେ ନୀଳଗିରିରେ ଫାଶରେ ପଡ଼ି ହଲାପଟା କଲା ଭାଲୁ ।  ଶିକାରି ବସାଇଥିବା ଫାସରେ ଭାଲୁଟି ପଡ଼ିଯାଇଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ବନବିଭାଗକୁ ଖବର ଦିଆଯାଇଥିଲା ଏବଂ ଟ୍ରାଙ୍କୁଲାଇଜ ଟିମ୍‌ ଆସି ଭାଲୁକୁ କାବୁ କରିଥିଲା। କିନ୍ତୁ ଡୋଜ୍‌ ଅଧିକା ହୋଇଯିବାରୁ ଭାଲୁ ଅଚେତ ହୋଇଯାଇଥିଲା।

ବିଲମୁଣ୍ଡ ହିଡ଼ରେ ଫାଶରେ ପଡ଼ିଥିଲା ଭାଲୁ । ଚିତ୍କାର କରୁଥିଲା ,  କିନ୍ତୁ ପାଖକୁ କେହିଯିବାକୁ ଡରୁଥିଲେ। ବାଲେଶ୍ବର ଜିଲ୍ଲା ନୀଳଗିରି ନୀଳଗିରି ସ୍ଵର୍ଣଚୂଡ଼ ପାହାଡ଼ରୁ ଖାଦ୍ୟ ଅନ୍ବେଷଣରେ ବାହାରି ଥିଲେ ତିନିଟି ଭାଲୁ । ଆଜି ଭୋର ଜାମୁଡିହା ପଂଚାୟତ ନୂଆକୁଳିଆ ଗାଁ  ନିକଟରେ ଏମାନଙ୍କ ଭିତରୁ  ମାଈ ଭାଲୁଟି ଶିକାରି ବସାଇଥିବା ଫାଶରେ ପଡିଯାଇଥିଲା । ଅନ୍ୟ ଦୁଇଭାଲୁ  ଲୋକଙ୍କୁ ଦେଖି ପାଖ ସଂରକ୍ଷିତ ଜଙ୍ଗଲକୁ ପଳାଇଥିଲେ। ଫାଶରେ ପଡିଥିବା ଭାଲୁ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା। କିନ୍ତୁ କେହି ଭାଲୁ ପାଖକୁ ଯିବାକୁ ସାହସ କରିପାରୁନଥିଲେ।

ବନ ବିଭାଗକୁ ଖବର ଦିଆଯାଇଥିଲା ।  ଶିମିଳିପାଳର ଟ୍ରାଙ୍କୁଲାଇଜର ଟିମ ସାତକୋଶିଆରେ ସୁନ୍ଦରୀ ବାଘକୁ ଟ୍ରାଙ୍କୁଲାଇଜ ପାଇଁ ଯାଇଥିବାରୁ ସେଠାରୁ ସେମାନଙ୍କୁ ଡାକ ପଡ଼ିଥିଲା ।  ଦିନ ୨ଟା ୩୦ରେ ଟିମ୍‌ ପହଞ୍ଚି ଟ୍ରାଙ୍କୁଲାଇଜ୍‌ ଶର ମାରିଥିଲେ। କିନ୍ତୁ ବାଘକୁ ଟ୍ରାଙ୍କୁଲାଇଜ କରିବାରେ ଫେଲ୍‌ ମାରିଥିବା ନିଶ୍ଚେତକ ଟିମ୍‌ ବାଘକୁ ଏମିତି ଶର ମାରିଥିଲେ ଯେ ବାଘ ବେହୋସ ହେଇଗଲା। ଡାକ୍ତର  ଜଗିକି ରହିଲେ। ୨ ଘଣ୍ଟା ପରେ ବାଘର ଚେତା ଆସିଲା। । ଭାଲୁର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବାରୁ ତାକୁ ସ୍ବର୍ଣ୍ଣଚୂଡ଼ ଜଙ୍ଗଲରେ ଛଡ଼ାଯାଇଥିଲା।

ଜନ୍ତୁ ଉପରେ ରାଗ ଶୁଝେଇବାକୁ ଲୋକେ ଫାଶ ବସାଉଛନ୍ତି। କିନ୍ତୁ ଏଥିରେ ଜନ୍ତୁମାନେ ହଲାପଟା ହେବା ସହିତ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଉଛି।



from News7 https://ift.tt/2CGztCS
ଶିକାରି ଫାଶରେ ପଡିଲା ଭାଲୁ, ବନବିଭାଗ ନିଶ୍ଚେତକ ଦେଇ କଲା ଉଦ୍ଧାର, ଦେଖନ୍ତୁ ପୁରା ଘଟଣା ଶିକାରି ଫାଶରେ ପଡିଲା ଭାଲୁ, ବନବିଭାଗ ନିଶ୍ଚେତକ ଦେଇ କଲା ଉଦ୍ଧାର, ଦେଖନ୍ତୁ ପୁରା ଘଟଣା Reviewed by SUBHENDU BARAL on October 26, 2018 Rating: 5

No comments:

Powered by Blogger.