ସୁନ୍ଦରୀ ପ୍ରେମରେ କାହ୍ନା ; ଜଙ୍ଗଲ ମୁଣ୍ଡରେ ସୁନ୍ଦରୀର ଆତଙ୍କରାଜ, ଜଙ୍ଗଲ ଭିତରେ କାହ୍ନା ଲୀଳାଖେଳା

ଅନୁଗୁଳ ୨୬/୧୦ : ଗୋଟିଏ ପଟେ ସୁନ୍ଦରୀ କାଣ୍ଡକୁ ନେଇ ସାତକୋଶିଆ ଆଖପାଖ ଗାଁରେ ଆତଙ୍କ ଖେଳିଛି। ସେପଟେ କିନ୍ତୁ ସାତକୋଶିଆ ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି କାହ୍ନାର ପ୍ରେମକାହାଣୀ। ଶୁଣାଯାଉଛି ଘଞ୍ଚ ଜଙ୍ଗଲ ଭିତରେ ଦୁଇଟି ବାଘୁଣୀଙ୍କୁ ସାଙ୍ଗରେ ଧରି ଲୀଳାଖେଳା ଚଳାଇଛି କାହ୍ନା। ଶୁଣାଯାଉଛି  କାହ୍ନା ଔରସରୁ ଦୁଇ ବାଘୁଣୀ ଅନ୍ତସତ୍ତ୍ବା । ଆଉ ଏତିକି ବେଳେ କାହ୍ନା ସୁନ୍ଦରୀ ଉପରେ କୁଆଡ଼େ ନଜର ପକାଇଲାଣି । ଏସବୁ ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ଖୁସି ଖବର।

ଜଙ୍ଗଲ ମୁଣ୍ଡରେ ସୁନ୍ଦରୀ  ଚଳାଇଛି ଆତଙ୍କରାଜ ଆଉ ଘଞ୍ଚ ଜଙ୍ଗଲ ଭିତରେ କାହ୍ନା ଚଳାଇଛି ତାର ଲୀଳାଖେଳା ।  ସାତକୋଶିଆ ଜଙ୍ଗଲର ବେତାଜ ବାଦଶାହ କାହ୍ନା , ପାଖରେ ରଖିଛି ଦୁଇଟି ରାଣୀ । ଜଣଙ୍କୁ ୧୧ ବର୍ଷ ଏବଂ ଅନ୍ୟ ଜଣଙ୍କୁ ୮ ବର୍ଷ ।  ଶୁଣାଯାଉଛି କାହ୍ନା ପ୍ରେମରେ ଉଭୟ ଉବୁଟୁବୁ।  କିନ୍ତୁ ୧୧ ବର୍ଷିୟ ଦେଶୀ ବାଘୁଣୀ  କାହ୍ନାକୁ ନେଇ ପଜେସିଭ ହୋଇଯାଇଛି ।  କାହ୍ନା ଯୁଆଡେ ଯାଉଛି ତା ପଛେ ପଛେ ଯାଉଛି ଏହି ଦେଶୀ ବାଘୁଣୀ । ଏମିତିକି ସୁନ୍ଦରୀକୁ ବି କାହ୍ନା ପାଖ ମଡେଇ ଦେଉନି । କେବଳ ଏତିକି ନୁହେଁ କାହ୍ନା ଔରସରୁ ଛୁଆ ଜନ୍ମ କରିବାକୁ ବି ଯାଉଛି ସେ । ସେହିପରି ୮ ବର୍ଷୀୟ ବାଘୁଣୀ ବି ଏବେ ଅନ୍ତସତ୍ବା । ସିସିଟିଭି ଫୁଟେଜ ଆଧାରରେ ଦୁଇ ବାଘୁଣୀ ଛୁଆ ଜନ୍ମ ଦେବାକୁ ଯାଉଥିବା ଜଣାପଡିଛି । ବର୍ତ୍ତମାନ ଜଙ୍ଗଲରେ ଦୁଇ ବାଘୁଣୀର ଯତ୍ନ ନେଉଛି କାହ୍ନା ।  ୩-୪ ଦିନରେ ବାରହା, ସମ୍ବର, ହରିଣ ଶିକାର କରି ସେମାନଙ୍କୁ ଖାଇବାକୁ ଦେଉଛି । ବାନ୍ଧବଗଡ ଜଙ୍ଗଲରୁ ଆସିବା ବେଳେ ୧ କୁଇଣ୍ଟାଲ ଓଜନର କାହ୍ନା ଏବେ ଅଢେଇ କୁଇଣ୍ଟାଲ ହେଲାଣି । ତାର ପଞ୍ଝା, ଦାନ୍ତ, ମୁହଁ ଓ ବିଶାଳକାୟ ଶରୀର ପ୍ରତି ଆକୃଷ୍ଟ ହେଉଛନ୍ତି ସାତକୋଶିଆ ଜଙ୍ଗଲର ବାଘୁଣୀ । ଏହି ଦୁଇ ବାଘୁଣୀକୁ ଅନ୍ତସତ୍ତ୍ବା କରିବା ପରେ ଏବଂ ସୁନ୍ଦରୀ ଉପରେ ଆଖି ପକାଇଛି କାହ୍ନା । ସୁନ୍ଦରୀ ବି କାହ୍ନା ପ୍ରେମରେ ପଡିଛି । କିନ୍ତୁ ସୁନ୍ଦରୀକୁ ସଉତୁଣୀ ଆଖିରେ ଦେଖୁଥିବା ଦେଶୀ ବାଘୁଣୀ ସୁନ୍ଦରୀକୁ  କାହ୍ନା ପାଖ ମଡେଇ ଦେଉନି । ସେପଟେ ଏବେ ସୁନ୍ଦରୀକୁ ରାଣୀ କରିବାକୁ ମୌକା ଖୋଜୁଛି କାହ୍ନା , ଏହା ଭିତରେ ସବୁଠାରୁ ବଡୃ ଶୁଭ ସୂଚନା ହେଲା ସାତକୋଶିଆରେ ଖୁବ ଶୀଘ୍ର ବାଘ ବଂଶ ବୃଦ୍ଧି ହେବାକୁ ଯାଉଛି

 



from News7 https://ift.tt/2SeMsRH
ସୁନ୍ଦରୀ ପ୍ରେମରେ କାହ୍ନା ; ଜଙ୍ଗଲ ମୁଣ୍ଡରେ ସୁନ୍ଦରୀର ଆତଙ୍କରାଜ, ଜଙ୍ଗଲ ଭିତରେ କାହ୍ନା ଲୀଳାଖେଳା ସୁନ୍ଦରୀ ପ୍ରେମରେ କାହ୍ନା ; ଜଙ୍ଗଲ ମୁଣ୍ଡରେ ସୁନ୍ଦରୀର ଆତଙ୍କରାଜ, ଜଙ୍ଗଲ ଭିତରେ କାହ୍ନା ଲୀଳାଖେଳା Reviewed by SUBHENDU BARAL on October 26, 2018 Rating: 5

No comments:

Powered by Blogger.