ବେଶ୍‌ ଧୁମ୍‌ଧାମ୍‌ରେ ଦଶହରା ପାଳନ କଲେ ପ୍ରବାସୀ ଓଡ଼ିଆ OTV KHABAR BUREAU

ବିଶାଖାପାଟଣା: ଓଡ଼ିଶା ନୁହେଁ ବାହାର ରାଜ୍ୟରେ ମଧ୍ୟ ପ୍ରବାସୀ ଓଡ଼ିଆମାନେ ବେଶ୍‌ ଧୁମ୍‌ଧାମ୍‌ରେ ଦଶହରା ପାଳନ କରିଛନ୍ତି। ବିଶାଖାପାଟଣା ଏବଂ ବାଙ୍ଗାଲୋରରେ କିଭଳି ରହିଥିଲା ଦଶହରାର ଧୁମ ପଢ଼ନ୍ତୁ ଏହି ରିପୋର୍ଟରେ।

ବାଙ୍ଗାଲୋର ଭରତୁର୍‌ରେ ବଡ଼ ଧୁମ୍‌ଧଆମ୍‌ରେ ପାଳନ ହୋଇଥିଲା ଦଶହରା। ପାରମ୍ପାରିକ ବାଦ୍ୟରେ ପୂରି ଉଠୁଥିଲା ପରିବେଶ। ଘଣ୍ଟ ଘଣ୍ଟାର ତାଳେ ତାଳେ ଚାଲିଥିଲା ମାଆଙ୍କ ଆରଧନା। କଳିଙ୍ଗ ୟୁଥ୍ ଆସୋସିଏସନ୍ ତରଫରୁ ପ୍ରତିବର୍ଷ ଏଠାରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥାଏ।

କିନ୍ତୁ ଏଥର ଦଶହରା ଅବସରରେ ଦେଖିବାକୁ ମିଳିଥିଲା ପ୍ରବଳ ଜନସମାଗମ। ସପ୍ତମୀରୁ ଆରମ୍ଭ ହୋଇଥିବା ଏହି ପୂଜାର ଅନ୍ୟତମ ଆକର୍ଷଣ ଥିଲା ଓଲିଉଡ୍‌ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ। ସାନ୍ଧ୍ୟାରେ ମାଆଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବେଶ୍‌ ମଜା ଉଠାଇଛନ୍ତି ପ୍ରବାସୀ ଓଡ଼ିଆ।

ଦଶହରାରେ ବିଶାଖାପାଟଣା ଦଶପଲ୍ଲା ହିଲ୍‌ସରେ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ତରଫରୁ ଆୟୋଜିତ ହୋଇଛି ସ୍ୱତନ୍ତ୍ର ଦୁର୍ଗା ପୂଜା। ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ପ୍ରତିବର୍ଷ ଏଠାରେ ପାଳନ ହୋଇଆସୁଛି ପୂଜା।  ସପ୍ତମୀ ତିଥିରୁ ଆରମ୍ଭ ହୋଇଥିବା ଏହି ପୂଜା ଦଶହରା ପର୍ଯ୍ୟନ୍ତ ଚାଲିଥାଏ।

ପୂଜାର ଅନ୍ୟଏକ ଆକର୍ଷଣ ହେଉଛି ସୁଉଚ୍ଚ ତୋରଣ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ। ସେହିପରି ବଙ୍ଗାଳି ପରିବାର ପକ୍ଷରୁ ମାଆ କାଳିଙ୍କ ମନ୍ଦିରରେ ବେଶ୍‌ ଧୁମ୍‌ଧାମ୍‌ରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଛି। ଏଠାରେ ୯ଦିନ ଧରି ପୂଜାର ଆୟୋଜନ କରାଯାଇଥାଏ।

 



from OTV Khabar https://ift.tt/2ypGcyc
ବେଶ୍‌ ଧୁମ୍‌ଧାମ୍‌ରେ ଦଶହରା ପାଳନ କଲେ ପ୍ରବାସୀ ଓଡ଼ିଆ OTV KHABAR BUREAU ବେଶ୍‌ ଧୁମ୍‌ଧାମ୍‌ରେ ଦଶହରା ପାଳନ କଲେ ପ୍ରବାସୀ ଓଡ଼ିଆ OTV KHABAR BUREAU Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.