ପଟ୍ଟାମୁଣ୍ଡେଇରେ ନବ ବଧୂକୁ ହତ୍ୟା ଉଦ୍ୟମ ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କେନ୍ଦ୍ରାପଡା ୨୬/୧୦ : ବୋହୂକୁ ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି । ପଟ୍ଟାମୁଣ୍ଡେଇ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗାଁର ଶରତ ସ୍ୱାଇଁଙ୍କ ଝିଅ ପ୍ରମିଳା ତେଲେଙ୍ଗା ବସନ୍ତ ଗାଁର ନାରାୟଣ ମହାନ୍ତିଙ୍କୁ ଵିଵାହ କରିଥିଲେ ।ଦୀର୍ଘ ଦିନ ହେବ ଯୌତୁକକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ମାସେ ତଳେ ଝିଅ ତା ବାପାଙ୍କ ପାଖରେ ରହୁଥିବାରୁ ଗାଁ ମଧ୍ୟସ୍ତିଙ୍କ ସହାୟତରେ ଝିଅକୁ ସ୍ଵାମୀଙ୍କ ସାଙ୍ଗରେ ପଠାଇଥିଲେ । ତେବେ ଆଜି ସଖାଳୁ ବୋହୁ ଦେହରେ ଶାଶୁ ଓ ସ୍ୱାମୀ କିରାସିନି ଢାଳି ପୋଡି ମାରିଦେବାକୁ ଉଦ୍ୟମ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଝିଅର ବାପା ଶରତ ସ୍ୱାଇଁ । ତେବେ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାର ତଦନ୍ତ କରୁଛି ।



from News7 https://ift.tt/2OUjY1p
ପଟ୍ଟାମୁଣ୍ଡେଇରେ ନବ ବଧୂକୁ ହତ୍ୟା ଉଦ୍ୟମ ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପଟ୍ଟାମୁଣ୍ଡେଇରେ ନବ ବଧୂକୁ ହତ୍ୟା ଉଦ୍ୟମ ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି Reviewed by SUBHENDU BARAL on October 26, 2018 Rating: 5

No comments:

Powered by Blogger.