ଝାରସୁଗୁଡା ଜିଲ୍ଲାରେ ଚାଲିଛି ବେଧଡ଼କ ଭାବେ ଜମି ଜାଲିଆତି ; ପୂର୍ବତନ ଅତିରିକ୍ତ ତହସିଲଦାର ଓ ଅମିନଙ୍କ ସମେତ ୬ଜଣଙ୍କ ନାଁରେ ଏତଲା ଦେଲେ ତହସିଲଦାର

ଝାରସୁଗୁଡା ୨୬|୧୦: ଝାରସୁଗୁଡା ଜିଲ୍ଲାରେ ଚାଲିଛି ବେଧଡ଼କ ଭାବେ ଜମି ଜାଲିଆତି କାରବାର।ଜମି ମାଲିକ ଅଗୋଚରରେ ବଦଳିଯାଉଛି ଜମିର ମାଲିକାନା ସତ୍ତ୍ବ ।ଏହିଭଳି ଏକ ଅଭିଯୋଗ ଆସିବା ପରେ ଝାରସୁଗୁଡା ଥାନାରେ ଜଣେ ପୂର୍ବତନ ଅତିରିକ୍ତ ତହସିଲଦାର ଓ ଜଣେ ଅମିନଙ୍କ ସମେତ ୬ଜଣଙ୍କ ନାଁ ରେ ଏତଲା ଦେଇଛନ୍ତି ବର୍ତ୍ତମାନର ତହସିଲଦାର।

ସୂଚନା ଅନୁସାରେ ଝାରସୁଗୁଡା ସହରର ସ୍ବର୍ଗୀୟ ସୁରଜଦିନ ଶ୍ରୀମାଳି ନାମକ ବ୍ୟକ୍ତିଙ୍କ କୋଟିକୋଟି ଟଙ୍କାର ସମ୍ପତ୍ତିକୁ ନିଜ ନାଁରେ କରାଇ ନେଇଥିଲେ ତାଙ୍କ ଡ୍ରାଇଭରର ପୁଅ ମନମୋହନ ଶ୍ରୀମାଳି। ସୁରଜଦିନଙ୍କ ୩ଭାଇ ମଧ୍ୟରୁ ୨ ଜଣଙ୍କ କେହି ସନ୍ତାନ ନଥିବା ବେଳେ ଆଇନତଃ ପୁତୁରା ହେଉଛନ୍ତି ପ୍ରକୃତ ଉତ୍ତରାଧିକାରୀ । କିନ୍ତୁ ଜମି ଦସ୍ତାବିଜରେ କାରସାଦି କରି ଅନ୍ୟାୟ ଉପାୟରେ ଲିଗାଲ ହେୟାର ସାର୍ଟିଫିକେଟ୍ ହାତେଇ ମନମୋହନ ନିଜ ନାଁରେ ଜମିର ସତ୍ବ  କରାଇ ନେଇଥିବା ଅଭିଯୋଗ କରିଛନ୍ତି ସୁରଜଦିନଙ୍କ ପୁତୁରା  ଓ ବୋହୁ । ସେମାନେ ଝାରସୁଗୁଡାରେ ନ ରହି ରାଉରକେଲାରେ ରହୁଥିଲେ । ସେ  କର୍କଟ ରୋଗରେ ଆକ୍ରାନ୍ତ  ହେବାରୁ ଅଧିକ ଅର୍ଥ ଚିକିତ୍ସା ପାଇଁ ଆବଶ୍ୟକ ପଡିଲା ।ଫଳରେ ଝାରସୁଗୁଡା ତହସିଲର ୫ନମ୍ବର ୟୁନିଟରେ ଥିବା ଏକ ଏକର ୨୦ ଡ଼ିସିମିଲ ଜମି ବିକିବାକୁ ଆସିଥିଲେ । ତେବେ ତାଙ୍କ ନାମରେ ସେ ଜମି ଆଉ ନଥିବା ବ୍ୟାଙ୍କରୁ ଜାଣିବାକୁ ପାଇଥିଲେ । ସେ ସତ୍ୟାସତ୍ୟ ଅନୁସନ୍ଧାନ କରି ତହସିଲଦାରଙ୍କ ନିକଟରେ ନିଜ ଜମି ଫେରି ପାଇବା ପାଇଁ ଆବେଦନ କରିବା ପରେ ସମସ୍ତ ଘଟଣା ପଦାକୁ ଆସିଛି ।

ଏହି ଘଟଣାର ଖୋଳତାଡ କରି ଝାରସୁଗୁଡା ତହସିଲଦାର ତହସିଲ କାର୍ଯ୍ୟାଳୟର ଜଣେ ଅମିନ ଓ ପୂର୍ବତନ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ତହସିଲଦାରଙ୍କ ଅଫିସରେ ରହିଥିବା ଅସଲି କାଗଜପତ୍ରରେ ହେରଫେର କରାଯାଇଛି ବୋଲି ସ୍ବୀକାର କରିଛନ୍ତି ତହସିଲଦାର। ଅନ୍ୟ ପକ୍ଷରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି। ଏଥିରେ ୬ ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ କହିବା ସହ ସମସ୍ତଙ୍କୁ ଜେରା କରାଯିବ ବୋଲି କହିଛି ।



from News7 https://ift.tt/2RgKLBJ
ଝାରସୁଗୁଡା ଜିଲ୍ଲାରେ ଚାଲିଛି ବେଧଡ଼କ ଭାବେ ଜମି ଜାଲିଆତି ; ପୂର୍ବତନ ଅତିରିକ୍ତ ତହସିଲଦାର ଓ ଅମିନଙ୍କ ସମେତ ୬ଜଣଙ୍କ ନାଁରେ ଏତଲା ଦେଲେ ତହସିଲଦାର ଝାରସୁଗୁଡା ଜିଲ୍ଲାରେ ଚାଲିଛି ବେଧଡ଼କ ଭାବେ ଜମି ଜାଲିଆତି ; ପୂର୍ବତନ ଅତିରିକ୍ତ ତହସିଲଦାର ଓ ଅମିନଙ୍କ ସମେତ ୬ଜଣଙ୍କ ନାଁରେ ଏତଲା ଦେଲେ ତହସିଲଦାର Reviewed by SUBHENDU BARAL on October 26, 2018 Rating: 5

No comments:

Powered by Blogger.