ଦଳୀୟ ନେତୃତ୍ବକୁ ଖୁସୀ କରି ଟିକେଟ ହାତେଇବା ପାଇଁ ସବୁ ଆଶାୟୀ ପ୍ରାର୍ଥୀ ଏବେ ନିର୍ବାଚନ ମଣ୍ଡଳିରେ କରୁଛନ୍ତି ଜନସମ୍ପର୍କ

ଭୁବନେଶ୍ବର୨୬\୧୦: ନିର୍ବାଚନ ପାଖେଇ ଆସୁଥିବା ବେଳେ ଟିକେଟ୍ ପାଇବା ନେଇ ବଢୁଛି ଆଶାୟୀଙ୍କ ଆଶା ଓ ଆଶଙ୍କା । ଟିକେଟ୍ ମିଳିବ ନା ମିଳିବନି, ସେଇ ଚିନ୍ତାରେ ଥିବା ନେତାଏ, ନିର୍ବାଚନ ମଣ୍ଡଳିରେ ପଡ଼ି ରହିଛନ୍ତି । କ୍ଷମତା କେନ୍ଦ୍ର ସନ୍ତୁଷ୍ଟିରେ ଲାଗିଛନ୍ତି ସମସ୍ତେ । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଏବେ ଟିକେଟ ଲବି ଜୋରଦାର ହେଲାଣି ।

୧୯ ନିର୍ବାଚନ ପାଇଁ ଦଳୀୟ ଟିକେଟ ହାତେଇବା ଯୋଜନାରେ ସବୁ ଦଳର ଆଶାୟୀ । ଶାସକ ଦଳର ସମସ୍ତ ବିଧାୟକ ଓ ସାଂସଦ, ଏଥର ଟିକେଟ୍ ପାଇବେ କି ନାହିଁ ନିଶ୍ଚିତ ହୋଇ ନଥିବା ବେଳେ ସେମାନଙ୍କ ମଧ୍ୟରୁ ନିର୍ବାଚନ ମଣ୍ଡଳିରେ ପଡ଼ି ରହିଛନ୍ତି ଅଧିକାଂଶ । ତେବେ ନିର୍ବାଚନ ମଣ୍ଡଳିର ବିକାଶ କିମ୍ବା ଲୋକଙ୍କ ସମସ୍ୟା ପାଇଁ ସେମାନେ ବ୍ୟଗ୍ର ନୁହଁନ୍ତି, ବରଂ ଦଳର ସୁପ୍ରିମୋଙ୍କ ଗୁଡବୁକରେ ରହି ଟିକେଟ ହାତେଇବା ହେଉଛି ମୁଖ୍ୟ ଲକ୍ଷ୍ୟ । ଏକଥାକୁ ପରୋକ୍ଷରେ ସ୍ବୀକାର କରିଛନ୍ତି ବହୁ ନେତା । ତେବେ ବିଧାୟକ ଅରୁଣ ସହୁ ଏବଂ ସମୀର ମହାନ୍ତି କିନ୍ତୁ କହିଛନ୍ତି ଅଲଗା କଥା ।

କଂଗ୍ରେସ ସ୍ଥିତି ବି କମ୍ ଜଟିଳ ନାହିଁ । ୪୪ ପ୍ରାର୍ଥିଙ୍କ ଟିକେଟ ଫାଇନାଲ ହୋଇଗଲା ବୋଲି ଦଳ କହିଲା, କିନ୍ତୁ କିଏ େହି ୪୪ଜଣ ତାହା ଜଣାପଡିନି । ଫାଇଲ ଏବେ ସ୍କ୍ରିନିଂ କମିଟି ପାଖରେ । ଏଭଳି ସ୍ଥିତିରେ ଅନ୍ୟ ଆଶାୟୀଙ୍କ କଥା କଣ ବା କହିବା ? ବିଜେପିରେ ବି ସମାନ ଅବସ୍ଥା । ଟିକେଟ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦଳ କିନ୍ତୁ କହୁଛି, ଟିକେଟ ବଣ୍ଟନ ପାଇଁ ୩ ରାଉଣ୍ଡ ସର୍ଭେ ସରିଲାଣି । କିଏ କେଉଁଠୁ ଲଢ଼ିବ, ବ୍ଲୁ ପ୍ରିଣ୍ଟ ବି ହୋଇସାରିଛି । ହେଲେ ନିର୍ବାଚନକୁ ଆଉ ୪-୫ ମାସ ଥିବା ବେଳେ, କୌଣସି ଦଳ କିଛି ସ୍ପଷ୍ଟ କରୁ ନାହାନ୍ତି ।

ନିର୍ବାଚନ ପାଖେଇଲେ ଆଶାୟୀଙ୍କ ସଂଖ୍ୟା ବଢ଼େ । ସବୁ ନେତା, ନିଜ ନିଜର ପାର୍ଟି ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରନ୍ତି ।



from News7 https://ift.tt/2RbxIBu
ଦଳୀୟ ନେତୃତ୍ବକୁ ଖୁସୀ କରି ଟିକେଟ ହାତେଇବା ପାଇଁ ସବୁ ଆଶାୟୀ ପ୍ରାର୍ଥୀ ଏବେ ନିର୍ବାଚନ ମଣ୍ଡଳିରେ କରୁଛନ୍ତି ଜନସମ୍ପର୍କ ଦଳୀୟ ନେତୃତ୍ବକୁ ଖୁସୀ କରି ଟିକେଟ ହାତେଇବା ପାଇଁ ସବୁ ଆଶାୟୀ ପ୍ରାର୍ଥୀ ଏବେ ନିର୍ବାଚନ ମଣ୍ଡଳିରେ କରୁଛନ୍ତି ଜନସମ୍ପର୍କ Reviewed by SUBHENDU BARAL on October 26, 2018 Rating: 5

No comments:

Powered by Blogger.