୧୫ଦିନ ପରେ ନୌପଡା-ଗୁଣୁପୁର ରେଳପଥରେ ରେଳ ଚଳାଚଳ ସ୍ବାଭାବିକ

ଗଜପତି ୨୫।୧୦ : ଦୀର୍ଘ ୧୫ଦିନ ପରେ ନୌପଡା-ଗୁଣପୁର ରେଳପଥରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି । ତିତଲି ବାତ୍ୟା ଏବଂ ପରିବର୍ତ୍ତି ବନ୍ୟାରେ ପାରଳାଖେମୁଣ୍ଡି-ପୁରୁଣାପାଟଣା ମଧ୍ୟରେ ଗୋପାଳପୁର ନିକଟରେ ରେଳପଥ ଧୋଇଯାଇଥିଲା । ଫଳରେ ଏହି ରାସ୍ତାରେ ରେଳ ଚଳାଚଳ ହୋଇପାରିନଥିଲା । ଏପରିକି ଗତ ୧୦ତାରିଖ ରାତିରେ ଗୁଣପୁର ଯାଇଥିବା ପାସେଞ୍ଜର ଆଉ ଫେରିନପାରି ଗୁଣପୁରରେ ଅଟକି ରହିଥିଲା । ୧୫ଦିନ ପରେ ଏହାକୁ ମରାମତି କରାଯାଇଛି ଏବଂ ରେଳ ଚଳାଚଳ ସ୍ବିଭାବିକ ହୋଇଛି । ଆଜିଠାରୁ ସମସ୍ତ ଟ୍ରେନ ଚଳାଚଳ କରିଛି ବୋଲି ପାରଳାଖେମୁଣ୍ଡି ଷ୍ଟେସନ ମାଷ୍ଟର କହିଛନ୍ତି । ପାରଳାଖେମୁଣ୍ଡି, କାଶୀନଗର ଏବଂ ଗୁଣପୁର ଅଂଚଳବାସୀଙ୍କ ଲାଇଫ ଲାଇନ କୁହାଯାଉଥିବା ଏହି ରେଳପଥରେ ରେଳ ଚଳାଚଳ ବନ୍ଦ ରହିଥିବାରୁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ଆଜିଠାରୁ ରେଳ ଚଳାଚଳ ସ୍ବାଭାବିକ ହୋଇଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଯାତ୍ରୀମାନେ ଖୁସି ପ୍ରକାଶ କରିବା ସହ ଏହାକୁ ସ୍ବାଗତ କରିଛନ୍ତି ।



from News7 https://ift.tt/2EK5LQ8
୧୫ଦିନ ପରେ ନୌପଡା-ଗୁଣୁପୁର ରେଳପଥରେ ରେଳ ଚଳାଚଳ ସ୍ବାଭାବିକ ୧୫ଦିନ ପରେ ନୌପଡା-ଗୁଣୁପୁର ରେଳପଥରେ ରେଳ ଚଳାଚଳ ସ୍ବାଭାବିକ Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.