
ଅନୁଗୋଳ (ବିରଜା ଦାସ): ମଣିଷଖିଆ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିବାକୁ ବାହାରୁ ଆସିବେ ୨ଟି ଟିମ୍। ମଧ୍ୟପ୍ରଦେଶର ‘କାହ୍ନା’ ଓ ‘ପେଞ୍ଚ’ ବ୍ୟାଘ୍ର ପ୍ରକଳ୍ପରୁ ଦୁଇଟି ଟିମ୍ ଆସିବେ। ଆସନ୍ତା ୨ରୁ ୩ ଦିନ ଭିତରେ ସେମାନେ ସାତକୋଶିଆରେ ପହଞ୍ଚିବେ। ବର୍ତ୍ତମାନ ବାଘୁଣୀ ‘ସୁନ୍ଦରୀ’ ବାଘମୁଣ୍ଡା ଜଙ୍ଗଲରେ ଅଛି। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା।
ଟ୍ରାଙ୍କୁଲାଇଜ୍ ପାଇଁ ତୃତୀୟ ଦିନରେ ୩ଟି ଟିମ୍ ଉଦ୍ୟମ ଜାରି ରଖିଛନ୍ତି। ଗତକାଲି ମଧ୍ୟ ‘ସୁନ୍ଦରୀ’କୁ ଧରିବାକୁ ଚାଲିଥିବା ତୃତୀୟ ପର୍ଯ୍ୟୟ ଅଭିଯାନ ଫେଲ୍ ମାରିଥିଲା। ଦୁଇ ଦିନ ଦୁଇ ରାତି ବିତିଥିଲେ ମଧ୍ୟ ଏଯାଏ ଧରାପଡ଼ିନି ମଣିଷଖିଆ ବାଘୁଣୀ। ‘ସୁନ୍ଦରୀ’କୁ ଧରିବାର ମିଶନ ଫେଲ୍ ମାରୁଥିବାରୁ ଫେରି ଯାଇଛନ୍ତି OUAT ବିଶେଷଜ୍ଞ। ଅନ୍ୟ ଟ୍ରାଙ୍କୁଲାଇଜ୍ ଟିମ୍କୁ ନେଇ ଚତୃର୍ଥ ପର୍ଯ୍ୟାୟ ଅଭିଯାନ ପୁଣି ଥରେ ଆରମ୍ଭ ହୋଇଛି।
‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଗତକାଲି ରାତିରେ ବିଶେଷଜ୍ଞ ଟିମ୍ କୁମୁରୀ ଗାଁ ନିକଟ ବାଘମୁଣ୍ଡା ପାହାଡ଼ରେ ମଞ୍ଚା ବାନ୍ଧି ଜଗିଥିଲେ। ବାଘୁଣୀକୁ ଟ୍ରାପ୍ କରିବା ପାଇଁ ତଳେ ଗୋଟିଏ ଛେଳି ମଧ୍ୟ ବାନ୍ଧି ରଖିଥିଲେ। ଏପରିକି ବାଘୁଣୀକୁ ଆକର୍ଷିତ କରିବା ପାଇଁ ପୁରୁଷ ବାଘର ପରିସ୍ରା ବି ଛିଞ୍ଚିଥିଲେ। ପରିସ୍ରାର ଗନ୍ଧ ବାରି ଅନ୍ଧାର ରାତିରେ ‘ସୁନ୍ଦରୀ’ ଏଠିକୁ ଆସିଥିଲା। ହେଲେ ତାକୁ ଟ୍ରାଙ୍କୁଲାଇଜ୍ ଉଦ୍ୟମ କଲା ବେଳକୁ ସେ ଡିଆଁ ମାରି ପଳାଇ ଯାଇଥିଲା।
from Odisha Reporter
No comments: