ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ତାତିଲେ ଚାଷୀ Pradesh Pratyush

ସମ୍ବଲପୁର : ମରୁଡ଼ି ଘୋଷଣା ଦାବିକୁ ନେଇ ତାତିଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଚାଷୀ । ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଅାଜି ସରକାରୀ କାର୍ଯ୍ୟାଳୟକୁ ଅଚଳ କରାଯାଇଛିା କୁଚିଣ୍ଡା କୃଷି କାର୍ଯ୍ୟାଳୟ ସମେତ ବ୍ଲକ୍ ଏବଂ ତହସିଲଦାରଙ୍କ ଅଫିସ୍‌ରେ ତାଲା ଲଗାଇଛନ୍ତି ଚାଷୀ ।

ପରିସ୍ଥିତି ଏତେ ଗମ୍ଭୀର କି, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବି ଛାଡ଼ି ନାହାନ୍ତି ଚାଷୀମାନେ । ବ୍ଲକ୍‌କୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି । ଏସମସ୍ତ କାର୍ଯ୍ୟାଳୟର କର୍ମଚାରୀଙ୍କୁ ବାହାର କରିବା ପରେ ଅଫିସ୍‌କୁ ଅଚଳ କରିଦେଇଛନ୍ତି ଚାଷୀ । ବିଜେପି ବିଧାୟକ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ହୋଇଛି ଏହି ବିକ୍ଷୋଭ ପ୍ରଦର୍ଶନ।



from OTV Khabar https://ift.tt/2Rc1XZ6
ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ତାତିଲେ ଚାଷୀ Pradesh Pratyush ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ତାତିଲେ ଚାଷୀ Pradesh Pratyush Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.