କଳାହାଣ୍ଡି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି ୨୦|୧୦: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଜଗନ୍ନାଥ ପଡାର ବୁଦେବ ବଗର୍ତ୍ତୀ । ରାତିରେ ବାପାଙ୍କ ସହ ଗଣ୍ଡଗୋଳ କରଥିଲେ ବୁଦେବ। ତେବେ ଆଜି ସକାଳୁ ତାଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବୁଦେବ ବଗର୍ତ୍ତୀ ସ୍ଥାନୀୟ ଅଚଂଳରେ ଠେଲା ଗାଡି ବ୍ୟବସାୟ କରି ରୋଜଗାର କରୁଥିବା ବେଳେ କିଛି ଦିନ ତଳେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀର ହତ୍ୟା ମାମଲାରେ ବୁଦେବ ଓ ତାଙ୍କ ବାପା ଜେଲରୁ ପାଞ୍ଚ ମାସ ତଳେ ଜାମିନରେ ଆସିଥିଲେ । ଏ ନେଇ ପାରିବାରିକ ସମସ୍ୟା ରହିଥିବାରୁ ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ କରୁଛି।



from News7 https://ift.tt/2CuGiaz
କଳାହାଣ୍ଡି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଳାହାଣ୍ଡି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.