ସୋଆରେ ଆୟୋଜିତ ହେବ ଜାତୀୟ ଏକତା ଶିବିର

ଭୁବନେଶ୍ୱର ୨୭/୧୦: ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ନିମନ୍ତେ ଓ ଏହି ବିଷୟରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଆୟୋଜିତ ହେବ ଜାତୀୟ ଏକତା ଶିବିର । ସୋଆ ଏବଂ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ୍ଏସ୍ଏସ୍ର ଆଂଚଳିକ ନିର୍ଦ୍ଦେଶାଳୟର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହେବ ।
ସୋଆ କ୍ୟାମ୍ପସ୍ରେ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ସାରା ଦେଶର ୨୧ଟି ବିଶ୍ୱବିଦ୍ୟାଳୟର
ପ୍ରତିନିଧି ଭାଗ ନେବେ । ଭାଗ ନେବାକୁ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆସାମ, ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଂଗ ଏବଂ ତେଲେଙ୍ଗାନା ରହିଛନ୍ତି । ସେହିପରି ଓଡ଼ିଶାର ୧୨ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଶିବିରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୋଆ ସମେତ ଏଥିରେ ଭାଗ ନେଉଥିବା ଓଡ଼ିଶାର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଅଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଉକ୍ରଳ ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ , ଉଚ୍ଚ ମାଧ୍ୟମିକ ଶିକ୍ଷା କେନ୍ଦ୍ର ଏବଂ କିଟ୍ ଡିମ୍ଡ ଟୁ ବି ୟୁନିଭର୍ସିଟି ।
ଏହି ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅକ୍ଟୋବର ୨୯ ତାରିଖରେ ହେବ ଓ ନଭେମ୍ବର ୪ ତାରିଖରେ ଏହା ଉଦ୍ଯାପିତ ହେବ । ଏହି ସାତ ଦିନିଆ ଶିବିରରେ ୨୧୦ ଜଣ ଛାତ୍ରଛାତ୍ରୀ ଭାଗ ନେବେ । ସେହିପରି ସୋଆର ୩୫ ଜଣ ପ୍ରୋଗ୍ରାମ ଅଫିସର ଏବଂ ୪୫ ଜଣ ସ୍ୱେଚ୍ଛାସେବୀ ଶିବିର ପରିଚାଳନାରେ ସହଯୋଗ କରିବେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ଧର୍ମକୁ ନେଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଏବଂ ଯୋଗ ଶିବିର ମଧ୍ୟ ଆୟୋଜନ କରାଯାଇଛି । ଜାତୀୟ ଏକତା ଶିବିର ଅବସରରେ ଏକ ର‌୍ୟାଲିର ମଧ୍ୟ ଆୟୋଜନ କରାଯାଇଛି । ଅକ୍ଟୋବର ୩୦ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଏହି ର‌୍ୟାଲି ମାଷ୍ଟର କ୍ୟାଂଟିନ୍ ଛକ ଠାରୁ ରାମମନ୍ଦିର ପର୍ଯ୍ୟନ୍ତ ଆସିବ । ବିଭିନ୍ନ ରାଜ୍ୟର ପ୍ରତିଯୋଗୀମାନେ ନିଜ ନିଜ ରାଜ୍ୟର ବେଶଭୂଷା ପରିଧାନ କରି ଏହି ର‌୍ୟାଲିରେ ସାମିଲ ହେବେ ।



from News7 https://ift.tt/2Pl5YgP
ସୋଆରେ ଆୟୋଜିତ ହେବ ଜାତୀୟ ଏକତା ଶିବିର ସୋଆରେ ଆୟୋଜିତ ହେବ ଜାତୀୟ ଏକତା ଶିବିର Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.