ଭୁବନେଶ୍ବର୨୭|୧୦: କସରତ ଯୋରଦାର । ହେଲେ ସୁନ୍ଦରୀ ଜଙ୍ଗଲ ବିଭାଗ ପାଲରେ ପଡୁନି ।ଚକ୍ମା ଦେଇ ଖସିଯାଉଛି । ଏହା ମଧ୍ୟରେ ୪ ଦିନ ବିତିଯିବା ପରେ ଏତିକି ବେଳେ ଆସିଛି ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବୟାନ । ସେ କହିଛନ୍ତି ବାଘୁଣୀ ସୁନ୍ଦରୀକୁ ଖୁବ୍ଶିଘ୍ର ଧରାହେବ ।ଧରାଗଲା ପରେ ତାକୁ ନନ୍ଦନକାନନ ଅଣାଯିବ ।ହେଲେ ସେପଟେ ଏବେବି ସାତକୋଶିଆବାସୀ ଭୟଭିତ ଅବସ୍ଥାରେ ଅଛନ୍ତି ।…
ଜଙ୍ଗଲ ବିଭାଗ ୪ ରାତି ଅନିଦ୍ରା, ହେଲେ ସୁନ୍ଦରୀ ଦେଉନି ଧରା । ତେବେବି ତା ପଛରେ ଲାଗିଛି ଜଙ୍ଗଲ ବିଭାଗ ଟିମ୍ ।ବିଶଷଜ୍ଞ ଟିମ୍କୁ ବାରମ୍ବାର ଚକ୍ମା ଦେଇ ଖସିଯାଉଥିବା ସୁନ୍ଦରୀକୁ ଧରିବାକୁ ଆସିଛନ୍ତି ବାହାର ରାଜ୍ୟର ୪ଜଣିଆ ଟ୍ରାଙ୍କୁଲାଇଜ୍ ଟିମ୍ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କଲାପରେ ସେଠାର ଏନ୍କ୍ଲୋଜରରେ ନରଖି ନନ୍ଦନକାନନ ଅଣାଯିବ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ସ୍ଥାନୀୟ ଲୋକେ ଜଙ୍ଗଲ ବିଭାଗ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସୁନ୍ଦରୀକୁ ଖୁବ୍ ଶିଘ୍ର କାବୁ କରିବାକୁ ଉଦ୍ୟମ ଚାଲିଛି । ମଧ୍ୟପ୍ରଦେଶରୁ ୩ଟି ବିଶେଷଜ୍ଞ ଟିମ୍ ବି ଆସି ସୁନ୍ଦରୀ ଧରା ଅଭିଯାନରେ ସାମିଲ ଅଛନ୍ତି । ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ସୁନାବେଡାରୁ ଏକ ସ୍ବୟଂଚାଳିତ ଜନ୍ତା ଆସିଛି । ସୁନ୍ଦରୀକୁ ଧରିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ନୂଆ ଅଭିଯାନ । ତେଣୁ ସୁନ୍ଦରୀକୁ ନେଇ ଭୟର କୌଣସି କାରଣ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ସୁନ୍ଦରୀକୁ ଧରିବାରେ ବାରମ୍ବାର ବନ ବିଭାଗ ବିଫଳ ହେବା ପରେ ଏହି ନୂଆ ଅଭିଯାନ ବାଘୁଣୀକୁ ଧରିବାରେ କେତେ ସଫଳ ହେଉଛି ତାକୁ ଚାହିଁବସିଛନ୍ତି ରାଜ୍ୟବାସୀ ।…
from News7 https://ift.tt/2JjLDCU
No comments: