National Youth Day 2024: ଜାଣନ୍ତୁ ୫ ଯୁବ ଭାରତୀୟଙ୍କୁ, ଯାହାଙ୍କ ପାଇଁ ଦେଶ ଆଜି ଗର୍ବିତ Pramod Behera

ଜାନୁଆରୀ ୧୨ ଦେଶ ପାଇଁ ଏକ ବିଶେଷ ଦିନ। ଏହି ଦିନ ଭାରତର ମହାନ ଦାର୍ଶନିକ ତଥା ସମାଜସେବୀ ସ୍ୱାମୀ ବିବେକାନନ୍ଦ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମ ଦିନକୁ ଦେଶରେ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ବହୁତ କମ୍ ବୟସରେ ସ୍ୱାମୀ ବିବେକାନନ୍ଦ ତାଙ୍କ ପ୍ରତିଭାକୁ ସାରା ବିଶ୍ୱକୁ ଦେଖେଇ ଦେଇଥିଲେ। ୧୮୯୩ ମସିହାରେ ଆମେରିକାର ଚିକାଗୋରେ ଦିଆଯାଇଥିବା ତାଙ୍କର ଐତିହାସିକ ଭାଷଣକୁ କିଏ ବା ଭୁଲି ପାରିବ।

ଅନେକ ଯୁବକ ତାଙ୍କଠାରୁ ପ୍ରେରଣା ପାଇ ଆଜି ବହୁତ ଉଚ୍ଚକୁ ଯାଇପାରିଛନ୍ତି। ଆଜି ବି ଭାରତରେ ଏପରି ଅନେକ ଯୁବକ ଅଛନ୍ତି, ଯେଉଁମାନେ ଖୁବ୍ କମ୍ ବୟସରେ ନିଜ ପ୍ରତିଭା ଆଧାରରେ ନିଜର ପରିଚୟ ସୃଷ୍ଟି କରି ଦେଶ ପାଇଁ ଗୌରବ ଆଣିଛନ୍ତି। ତେବେ ଆସନ୍ତୁ ଏମିତି କିଛି ଯୁବକମାନଙ୍କ ବିଷୟରେ ଜାଣିନେବା, ଯେଉଁମାନେ ଖୁବ୍ କମ୍ ବୟସରେ ସଫଳତାର ପତାକା ଉଡାଇ ଦେଶ ପାଇଁ ଗୌରବ ଆଣିଛନ୍ତି।

ନୀରଜ ଚୋପ୍ରା:

୨୦୨୧ ମସିହାରେ, ଦେଶର ନୀରଜ ଚୋପ୍ରାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ବିଷୟରେ ଅଧିକ ଆଲୋଚନା କରାଯାଇ ନାହିଁ। ମାତ୍ର ୨୩ ବର୍ଷ ବୟସରେ ସେ ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ସମ୍ମାନ ଆଣିଥିଲେ। ଏହି ବିଜୟ ମଧ୍ୟ ସ୍ୱତନ୍ତ୍ର ଥିଲା କାରଣ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ଆଥ୍‌ଲେଟିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଅବନୀ ଲେଖରା:

ଯଦି କିଛି କରିବାର ଇଚ୍ଛା ଥାଏ ତେବେ କୌଣସି ଅସୁବିଧା ବି ଅଟକାଇ ପାରିବ ନାହିଁ। ରାଜସ୍ଥାନର ଅବନୀ ଲେଖରା ଏହା ପ୍ରମାଣ କରିଛନ୍ତି। ୨୦ ବର୍ଷୀୟ ଦିବ୍ୟାଙ୍ଗ ସୁଟର ଟୋକିଓ ପାରାଲିମ୍ପିକ୍ସ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଥିଲେ। ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ SH-1 ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅବନୀ ଲେଖରା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳି ।

ଲିସିପ୍ରିୟା କାଙ୍ଗୁଜାମ:

ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରର ଲିସିପ୍ରିୟା କାଙ୍ଗୁଜାମ ବିଶ୍ୱର ସର୍ବ କନିଷ୍ଠ (୧୨ ବର୍ଷ) ପରିବେଶ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରୁ ଅନ୍ୟତମ। ୨୦୧୯ ରେ କିଡ୍‌ସ୍-ରାଇଟ୍ସ ଫାଉଣ୍ଡେସନ୍ ଦ୍ୱାରା ଲିସିପ୍ରିୟାଙ୍କୁ ଆନ୍ତର୍ଜାତୀୟ ବାଲ୍ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ତାଙ୍କୁ ଡକ୍ଟର ଏପିଜେ ଅବଦୁଲ କଲାମ ଶିଶୁ ପୁରସ୍କାର ଏବଂ ଭାରତ ଶାନ୍ତି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ବହୁତ କମ୍ ବୟସରେ, ଲିସିପ୍ରିୟା ପରିବେଶ ସୁରକ୍ଷାକୁ ନେଇ ସ୍ୱର ଉତ୍ତୋଳନ କରନ୍ତି।

ରିତେଶ ଅଗ୍ରୱାଲ୍‌:

ଆଜି ଦେଶରେ 'ଓୟୋ'ର ନାମ କିଏ ବା ନ ଜାଣେ। ସାଧାରଣ ଲୋକଙ୍କ ରହିବା ପାଇଁ ଭଲ ଏବଂ ସୁଲଭ ରୁମ୍ ଯୋଗାଇବାରେ ଆଜି ଏହି କମ୍ପାନୀର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି କମ୍ପାନୀର ପ୍ରତିଷ୍ଠାତା ହେଉଛନ୍ତି ଓଡିଶାର ୩୦ ବର୍ଷର ଯୁବକ ରିତେଶ ଅଗ୍ରୱାଲ। ରିତେଶ ଦୁନିଆର ସବୁଠାରୁ କନିଷ୍ଠ କୋଟିପତିମାନଙ୍କ ମଧ୍ୟରୁ ଜଣେ। ସେ ବ୍ୟବସାୟ ଜଗତର ଯୁବ ଉଦ୍ୟୋଗୀ ପୁରସ୍କାର ମଧ୍ୟ ପାଇଛନ୍ତି।

ସ୍ୱାତୀ ଶର୍ମା:

୩୧ ବର୍ଷିୟ ସ୍ୱାତି ଶର୍ମା ଆଜି ଦେଶର ଯୁବକ ଏବଂ ବିଶେଷ କରି ମହିଳାମାନଙ୍କ ପାଇଁ ପ୍ରେରଣା ଭାବରେ ଉଭା ହୋଇଛନ୍ତି। ସେ ଜେନେଭା ଭିତ୍ତିକ ଡବ୍ଲୁଟିଓ ଅର୍ଥାତ୍ ବିଶ୍ୱ ବାଣିଜ୍ୟ ସଂଗଠନରେ ଜଣେ ଆଇନ ଅଧିକାରୀ ଭାବରେ ମନୋନୀତ ହୋଇଛନ୍ତି। ରାଜସ୍ଥାନର ଏକ ଛୋଟ ସହର ଝୁଂଝୁନର କାଜରା ଗାଁର ବାସିନ୍ଦା ସ୍ୱାତୀ ଏକ ହିନ୍ଦୀ ମାଧ୍ୟମ ବିଦ୍ୟାଳୟରୁ ପାଠ ପଢିଛନ୍ତି। ସେ ଅଣ-ଲାଭକାରୀ ଯୁବକ ସଂଗଠନ, HLE ଫାଉଣ୍ଡେସନ୍ (ହାମରା ହକ୍) ପ୍ରତିଷ୍ଠା କରିଥିଲେ।



from Latest Odisha News, Breaking News Today | Top Updates on Corona - OTV News https://ift.tt/bIQUoG0
National Youth Day 2024: ଜାଣନ୍ତୁ ୫ ଯୁବ ଭାରତୀୟଙ୍କୁ, ଯାହାଙ୍କ ପାଇଁ ଦେଶ ଆଜି ଗର୍ବିତ Pramod Behera National Youth Day 2024: ଜାଣନ୍ତୁ ୫ ଯୁବ ଭାରତୀୟଙ୍କୁ, ଯାହାଙ୍କ ପାଇଁ ଦେଶ ଆଜି ଗର୍ବିତ Pramod Behera Reviewed by SUBHENDU BARAL on January 11, 2024 Rating: 5

No comments:

Powered by Blogger.