ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, ଲଢ଼ିପାରିବେନି ୨୪ ନିର୍ବାଚନ Satyendu Shekher Mishra

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା । ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେନି ଟ୍ରମ୍ପ। କ୍ୟାପିଟଲ୍ ହିଂସା ମାମଲାରେ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କଲେ କୋଲୋରାଡୋ କୋର୍ଟ। ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ ଅନୁସାରେ ଏହି ରାୟ ଦେଇଛନ୍ତି କୋର୍ଟ । ବିଦ୍ରୋହ ସଂପର୍କିତ ଏହି ଧାରାକୁ ବ୍ୟବହାର କରି କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କୁ ଆମେରିକା ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯିବାରେ ଏହା ପ୍ରଥମ ଘଟଣା।

୨୦୨୧ ଜାନୁଆରୀ ୬ରେ କ୍ୟାପିଟଲ୍ ହିଂସାକୁ ଉସୁକାଇବା ଅଭିଯୋଗ ଟ୍ରମ୍ପଙ୍କୁ ମହଙ୍ଗା ପଡ଼ିଛି । ତେବେ କୋଲୋରାଡୋ କୋର୍ଟର ଏହି ରାୟକୁ ଚାଲେଞ୍ଜ କରି ଉପର ଅଦାଲତର ଦ୍ୱାରସ୍ଥ ହୋଇପାରିବେ ଡୋନାଲ୍ଡ ଟ୍ରମ୍ପ ।

 



from Latest Odisha News, Breaking News Today | Top Updates on Corona - OTV News https://ift.tt/AqtFsIO
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, ଲଢ଼ିପାରିବେନି ୨୪ ନିର୍ବାଚନ Satyendu Shekher Mishra ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, ଲଢ଼ିପାରିବେନି ୨୪ ନିର୍ବାଚନ Satyendu Shekher Mishra Reviewed by SUBHENDU BARAL on December 19, 2023 Rating: 5

No comments:

Powered by Blogger.