ଶୀତଦିନେ ଏପରି କିଛି ଖାଦ୍ୟ ଖାଇବା ଉଚିତ୍ ଯାହା ଶରୀରକୁ ଭିତରୁ ଗରମ ରଖେ। ଏଥିପାଇଁ ଅନେକ ଶସ୍ୟ ଅଛି ଯାହା ଶରୀରକୁ ଗରମ ରଖିବା ସହିତ ସୁସ୍ଥ ରଖିଥାଏ। ଏହିପରି ଗୋଟିଏ ଶସ୍ୟ ହେଉଛି ବାଜରା(Pearl millet)। ଆପଣ ହୁଏତ ବାଜରାରୁ ପ୍ରସ୍ତୁତ ରୁଟି ଖାଉଥିବେ, ଯାହା ଅନେକ ପୁଷ୍ଟିକର ପଦାର୍ଥରେ ଭରପୂର। ବର୍ତ୍ତମାନ କିନ୍ତୁ ଆପଣ ଏହାକୁ ବ୍ୟବହାର କରି ଅତି ସରଳ ରେସିପି ସହିତ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ପାଇଁ ସ୍ୱାଦିଷ୍ଟ ଖେଚେଡି ପ୍ରସ୍ତୁତ କରିପାରିବେ।
ଏହା ଖୁବ୍ ସୁସ୍ଥକର ଖାଦ୍ୟ, ତେଣୁ ଯଦି ଆପଣ ଚାହାଁନ୍ତି, ସକାଳେ ମଧ୍ୟ ଅଳ୍ପ ଖାଇ ଘରୁ ବାହାରକୁ ଗଲେ ମଧ୍ୟ ଆପଣ ଦିନସାରା ଭୋକିଲା ଅନୁଭବ କରିବେ ନାହିଁ। ତେବେ ଆସନ୍ତୁ ଜାଣିବା ବାଜରା ଖେଚେଡି ତିଆରି କରିବାକୁ କ’ଣ ଦରକାର ଓ ଏହାକୁ କିପରି ପ୍ରସ୍ତୁତ କରିବେ।
ସାମଗ୍ରୀ:
- ବାଜରା - ୨ କପ୍
- ବାଦାମ ମଞ୍ଜି - ଗୋଟିଏ କପ୍
- ଗରମ ମସଲା - ୧ ଚାମଚ
- ଧନିଆ ପାଉଡର - ୧/୨ ଚାମଚ
- ହଳଦୀ ପାଉଡର - ଅଧା ଚାମଚ
- ଜିରା - ଅଧା ଚାମଚ
- ନାଲି ଲଙ୍କା ପାଉଡର - ୧ ଚାମଚ
- ହେଙ୍ଗୁ - ଗୋଟିଏ ଚାମଚ
- ଘିଅ - ଏକ ଚାମଚ
- ଲୁଣ - ସ୍ୱାଦ ଅନୁସାରେ
ପ୍ରସ୍ତୁତ ପ୍ରଣାଳି:
- ଏକ ପାତ୍ରରେ ବାଜରା ନେଇ ପାଣିରେ ଭଲ ଭାବରେ ସଫା କରନ୍ତୁ
- ଏହାକୁ କିଛି ସମୟ ପରିଷ୍କାର ପାଣିରେ ଭିଜାଇ ରଖନ୍ତୁ
- ବର୍ତ୍ତମାନ ବାଜରାରୁ ପାଣି ବାହାର ଅକ୍ରି ଏହାକୁ କୁଟି ଦିଅନ୍ତୁ ଏବଂ ଭୁସି ବାହାର କରିଦିଅନ୍ତୁ
- ବର୍ତ୍ତମାନ କୁକରରେ ପାଣି ନେଇ ଏଥିରେ ବାଜରା ଗୁଣ୍ଡ ପକାନ୍ତୁ
- କିଛି ଲୁଣ ଏବଂ ହଳଦୀ ପାଉଡର ପକାନ୍ତୁ
- କୁକରରେ ଢାଙ୍କୁଣୀ ଦେଇ ସିଝାନ୍ତୁ
- ୪ରୁ ୫ଟି ସିଟି ମାରିବା ପର୍ଯ୍ୟନ୍ତ ରଖନ୍ତୁ
- ଢାଙ୍କୁଣୀ ଖୋଲି ଦେଖନ୍ତୁ ବାଜରା ନରମ ହୋଇଯାଇଥିବ
- ଏବେ ଏକ ପ୍ୟାନକୁ ନିଆଁରେ ବସାଇ ଘିଅ ପକାନ୍ତୁ
- ଏଥିରେ ହେଙ୍ଗୁ, ଜିରା, ବାଦାମ ପକେଇ ଭାଜନ୍ତୁ
- ଏବେ ଧନିଆ ପାଉଡର, ଗରମ ମସଲା, ଚିଲି ପାଉଡର ପକାଇ ୧ ମିନିଟ୍ ପାଇଁ ଭାଜନ୍ତୁ
- ବର୍ତ୍ତମାନ ଏଥିରେ ରନ୍ଧା ହୋଇଥିବା ବାଜରା ପକେଇ ଭଲ ଭାବରେ ଘାଣ୍ଟନ୍ତୁ
- ଯଦି ଆପଣ ଚାହାଁନ୍ତି, ସ୍ୱାଦ ବଢାଇବା ପାଇଁ ଆପଣ ଏଥିରେ ଟମାଟୋ ଏବଂ ଗ୍ରୀନ୍ ମଟର ମଧ୍ୟ ପକାଇ ପାରିବେ
- ଏବେ ସୁସ୍ୱାଦୁ, ପୁଷ୍ଟିକର ଗରମ ଗରମ ବାଜରା ଖେଚେଡି ପ୍ରସ୍ତୁତ
- ଆପଣ ଏହାକୁ ଆଚାର, ଦହି, ଆଳୁ ଭର୍ତା ଇତ୍ୟାଦି ସହିତ ମଧ୍ୟ ଖାଇ ପାରିବେ
from Latest Odisha News, Breaking News Today | Top Updates on Corona - OTV News https://ift.tt/pU2SluD
ଶୀତଦିନେ ଦେହକୁ ଗରମ ରଖେ ବାଜରା ଖେଚେଡି; ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳି Pramod Behera
Reviewed by SUBHENDU BARAL
on
December 15, 2023
Rating:
No comments: